Latest Odisha News

BREAKING NEWS

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଲେ ଆୟାର, ଈଶାନ

ମୁମ୍ବାଇ: ଶ୍ରେୟାଶ ଆୟାର ଓ ଈଶାନ କିଶାନ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଛନ୍ତି । ସେମାନେ ରଣଜୀ କ୍ରିକେଟ ନ ଖେଳି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିଲେ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଏ ପ୍ଲସ ଗ୍ରେଡରେ ସ୍ଥାନ ବଜାୟ ରଖିଛନ୍ତି । ଏମାନଙ୍କୁ ୭ କୋଟି ଟଙ୍କା ଲେଖାଏଁ ମିଳିବ । ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ ଗ୍ରେଡ ଏକୁ ପ୍ରମୋଟ ଉନ୍ନୀତ ହୋଇଛନ୍ତି । ରିଷଭ ପନ୍ତ ଓ ଅକ୍ଷର ପଟେଲ ଗ୍ରେଡ ଏରୁ ବିକୁ ଖସି ଆସିଛନ୍ତି । ଯଶସ୍ୱୀ ଜୈସୱାଲଙ୍କୁ ଗ୍ରେଡ ବିରେ ସ୍ଥାନ ମିଳିଛି । ଏହି କଂଟ୍ରାକ୍ଟ ୧ ଅକ୍ଟୋବର ୨୦୨୩ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଲାଗୁ ରହିବ ।

ଓଭରାଲ ୩୦ଜଣ ଖେଳାଳି ସେଂଟ୍ରାଲ କଂଟ୍ରାକ୍ଟରେ ସ୍ଥାନ ପାଇଛନ୍ତି । ଗ୍ରେଡ ଏ ପ୍ଲସରେ ୪, ଗ୍ରେଡ ଏରେ ୬, ବିରେ ୫ ଓ ସି ୧୫ରେ ଖେଳାଳି ରହିଛନ୍ତି । ଗତ ବର୍ଷ ବିସିସିଆଇ ୨୬ ଖେଳାଳିଙ୍କୁ ସ୍ଥାନ ଦେଇଥିଲେ । ଧର୍ମଶାଳା ଟେଷ୍ଟ ଖେଳିବା ପରେ ଧ୍ରୁବ ଜୁରେଲ ଓ ସର୍ଫରାଜ ଖାଁଙ୍କୁ ସିରେ ସାମିଲ କରାଯିବ । ବିସିସିଆଇ ନିୟମ ଅନୁସାରେ ଜଣେ ଖେଳାଳିଙ୍କୁ ଅତି କମରେ ୩ଟି ଟେଷ୍ଟ, ୮ ଦିନିକିଆ ଓ ୧୦ଟି୨୦ ଖେଳିବା ପରେ ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯିବ ।

Leave A Reply

Your email address will not be published.