Latest Odisha News

ବୟସ ଜାଲିଆତି ଅଭିଯୋଗ: ଓଡିଶା କ୍ରିକେଟର ସୁମିତ ବାସନ୍ଦ

କଟକ: ବୟସ ଜାଲିଆତି ଅଭିଯୋଗରେ ଓଡିଶାର କ୍ରିକେଟର ସୁମିତ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଫଳରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି । ଗୁରୁବାର ଓଡିଶା କ୍ରିକେଟ ଆସୋସିଏଶନର ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ପୂର୍ବରୁ ସେ ଜୁନିୟର ବିଭାଗରେ ଦେଇଥିବା ବୟସ ପ୍ରମାଣପତ୍ର ସହ ଏବେର ତାଳମେଳ ନ ରହିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସୁମିତ ଏଥିଯୋଗୁ ଓଡିଶା ରାଣଜୀ ଦଳରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଚଳିତ ସିଜନ ପାଇଁ ତାରିଣୀ ସଙ୍କୁ ଦଳରେ ସାମିଲ କରାଯାଇଛି ।

BjdElectrycity

ଶୁକ୍ରବାରଠାରୁ ଓଡିଶା ତାର ରଣଜୀ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ ବରୋଦାକୁ ଭେଟିବ । ବୟସ ଜାଲିଆତି ଘଟଣା ଓଡିଶା କ୍ରିକେଟକୁ କଳଙ୍କିତ କରିଛି ।
ଓଡିଶା ଟିମ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତିକ ବିଶ୍ୱାଳ, ଆଶୀର୍ବାଦ ସ୍ୱାଇଁ, ରାଜେଶ ଧୂପର, ଜୟନ୍ତ ବେହେରା, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୁନୀଲ କୁମାର ରାଉଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର ଓ ପ୍ରୟାସ ସିଂ ।

Leave A Reply

Your email address will not be published.