Latest Odisha News

BREAKING NEWS

ଆଇସିସି ନିୟମରେ ହେଲା ପରିବର୍ତନ: ଷ୍ଟମ୍ପିଂ ରିପ୍ଲେ ବେଳେ ବ୍ୟାଟ ସ୍ନିକ ଚେକ କରିବେନି ଥାର୍ଡ ଅମ୍ପାୟର

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ନିକଟରେ କେତେକ ନିୟମରେ ସାମାନ୍ୟ ପରିବର୍ତନ କରିଛି । ଥାର୍ଡ ଅମ୍ପାୟର ଷ୍ଟମ୍ପିଂ ରିପ୍ଲେ ଦେଖୁଥିବା ବେଳେ ବ୍ୟାଟ ସ୍ନିକ ଚେକ କରିପାରିବେ ନାହିଁ । ୧୨ ଡିସେମ୍ବର ୨୩ରୁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ଏବେ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇଛି । ୱିକେଟକିପର ଷ୍ଟମ୍ପିଂ ଆବେଦନ କରିବା ପରେ ଅମ୍ପାୟର କେବଳ ସାଇଡ ଅନ କ୍ୟାମେରା ସହାୟତାରେ ରିପ୍ଲେ ଦେଖିବେ । ଯାହା ଫଳରେ ବ୍ୟାଟରେ ବଲ ବାଜିଛି କି ନାହିଁ ତାହା ଜଣାପଡିବ ନାହିଁ । କେତେକ କ୍ଷେତ୍ରରେ ବ୍ୟାଟ୍ସମ୍ୟାନ କ୍ରିଜରେ ଥିବା ବେଳେ ଷ୍ଟମ୍ପିଂ ଆବେଦନ କରାଯାଉଥିଲା ।

ରିପ୍ଲେ ବେଳେ ଯଦି ବ୍ୟାଟରେ ବଲ ବାଜିଥିବା ଜଣା ପଡୁଥିଲା ତେବେ ବି ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଦିଆଯାଉଥିଲା । ଗୋଟିଏ ତୀରରେ ୨ଟି ଶୀକାର କରିବା ଲକ୍ଷ୍ୟରେ ଫିଲ୍ଡିଂ କରୁଥିବା ଟିମ ରହୁଥିଲେ । ସେହିପରି କନକଶନ ରିପ୍ଲେସମେଂଟର ବଦଳ ଖେଳାଳିଙ୍କୁ ବୋଲିଂ ସୁଯୋଗ ମିଳିବ ନାହିଁ । ଖେଳାଳି ପଡିଆରେ ଆଘାତପ୍ରାପ୍ତ ହେଲେ ଚିକିତ୍ସା ପାଇଁ ମାତ୍ର ୪ ମିନିଟ ସମୟ ପ୍ରଦାନ କରାଯିବ ।

Leave A Reply

Your email address will not be published.