Latest Odisha News

BREAKING NEWS

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ ବୃଦ୍ଧି ପାଇଥିଲା ।

ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଷ୍ଟାଡିୟମରେ ଦର୍ଶକ ଆୟ କମିଥିବା ବେଳେ ଏହାର ଡବଲ ଲାଭ ଟିଭି ଦର୍ଶକଙ୍କଠାରୁ ମିଳିଥିଲା । ସବୁଠାରୁ ଅଧିକ ଦର୍ଶକ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚକୁ ଉପଭୋଗ କରିଥିଲେ । ଆଇପିଏଲକୁ କରୋନା ମୁକ୍ତ କରିବା ପାଇଁ ବିସିସିଆଇ ୩୦ ହଜାରରୁ ଅଧିକ କରୋନା ଭାଇରସ ଟେଷ୍ଟ କରାଇଥିଲା ।

Leave A Reply

Your email address will not be published.