Latest Odisha News

BREAKING NEWS

ବିସିିସିଆଇରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇପାରନ୍ତି ଓଡିଶାର ଶିବସୁନ୍ଦର, ସଞ୍ଜୟ

ପୁରୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏବେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି । ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାଠାରୁ ଆରମ୍ଭ କରି ସୌରଭ ଗାଙ୍ଗୁଲିଙ୍କ ସଭାପତି ପଦ ଏହାର ଜ୍ୱଳନ୍ତ ଉଦାହରଣ । ଏବେ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିସିସିଆଇ ଚୟନ କମିଟି ମୂଖ୍ୟ ଚେତନ ଶର୍ମାଙ୍କ ଉପରେ ନଜର ପକାଇଛି । ତାଙ୍କ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି । ଟି୨୦ ବିଶ୍ୱକପ ପରେ ଚୟନ କମିଟିରେ ନୂତନ ଚେହେରା ନେଇ ବାଜି ଖେଳିବାକୁ ଚାହୁଁଛି ବିସିସିଆଇ । ପୂର୍ବାଂଚଳରୁ ଓଡିଶାର ଶିବସୁନ୍ଦର ଦାସ ଏବଂ ବେଙ୍ଗଲର ଦୀପ ଦାସଗୁପ୍ତ ଏହି ଦୌଡରେ ଆଗରେ ରହିଛନ୍ତି । ତେବେ ଅଭିଜ୍ଞତା ଦୃଷ୍ଟିରୁ ଶିବସୁନ୍ଦର ସ୍ଥିତି ମଜଭୁତ ରହିଛି । ସେ ୨୩ ଆନ୍ତର୍ଜାତୀୟ ଟେଷ୍ଟ ଏବଂ ୪ ଦିନିକିଆ ଖେଳିଥିବା ବେଳେ ଦୀପ ଦାସଗୁପ୍ତା ୮ଟି ଟେଷ୍ଟ ଓ ୫ ଦିନିକିଆ ଖେଳିଛନ୍ତି । ସେହିପରି ଜୁନିୟର ଚୟନ କମିଟି ମୂଖ୍ୟ ଭାବେ ରାନାଦେବ ବୋଷ, ଲକ୍ଷ୍ମୀରତନ ଶୁକ୍ଲା, ସୁବ୍ରତ ବାନାର୍ଜୀ ଏବଂ ଓଡିଶାର ସଞ୍ଜୟ ରାଉଳଙ୍କ ମଧ୍ୟରେ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ଶୁକ୍ଲା ୩ଟି ଦିନିକିଆ ସଞ୍ଜୟ ୨ଟି ଏବଂ ସୁବ୍ରତ ୧ ଟେଷ୍ଟ ଓ ୬ ଦିନିକିଆ ଖେଳିଛନ୍ତି ।

ପଶ୍ଚିମାଂଚଳର ଅଭୟ କୁରୁଭିଲ୍ଳା ଜୁନିୟର ପ୍ୟାନେଲରେ ୩ ବର୍ଷ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ପରେ ଏବେ ବିସିସିଆଇ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି । ତାଙ୍କ ପରେ ଖାଲି ପଡିଥିବା ସ୍ଥାନରେ ନୂଆ ମୁହଁକୁ ସୁଯୋଗ ଦିଆଯିବ । ଦକ୍ଷିଣାଚଂଳରୁ ସୁନୀଲ ଯୋଶୀଙ୍କୁ ଚୟନ କମିଟିରେ ସୁଯୋଗ ଦିଆଯାଇପାରେ । ଟି୨୦ ବିଶ୍ୱକପ ପ୍ରଦର୍ଶନ ଉପରେ ଚୟନ କମିଟିର ସମ୍ପୂର୍ଣ୍ଣ ଭାଗ୍ୟ ନିର୍ଭର କରୁଛି । ଭାରତ ଯଦି ଭଲ ପ୍ରଦର୍ଶନ କରେ ତାହାହେଲେ ବଡ ଧରଣର ଅଦଳବଦଳ ହେବ ବୋଲି ଆଶା କରାଯାଉଛି । ନୂତନ ସିଏସି ଗଠନ ହେବା ପରେ ସବୁ କିଛି ସ୍ଥିତି ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.