Latest Odisha News

BREAKING NEWS

ଖୁବଶୀଘ୍ର ଜୟପୁରରୁ ଉଡ଼ିବ ବିମାନ, DGCA ଦେଲେ ଲାଇସେନ୍ସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର କୋରାପୁଟ ଜିଲ୍ଲା ଜୟପୁରରୁ ବିମାନ ଉଡ଼ିବ । ଏଥିପାଇଁ ଡିଜିସିଏ ପକ୍ଷରୁ ବିମାନବନ୍ଦର ଲାଇସେନ୍ସ ପ୍ରଦାନ କରାଯାଇଛି । ଉଡ଼ାଣ ଯୋଜନା ଅଧିନରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଡିଜିସିଏ । ଏନେଇ DGCA ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଜୟପୁରରୁ ବିମାନ ସେବା ଆରମ୍ଭ ଦ୍ୱାରା ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଉଷା ପାଢ଼ୀ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ଲେଖିଛନ୍ତି ଶୀଘ୍ର ହିଁ ଉଡ଼ାଣ ଯୋଜନାରେ ବିମାନ ଜୟପୁରରୁ ଉଡ଼ାଣ ଭରିବ ।

Leave A Reply

Your email address will not be published.