Latest Odisha News

BREAKING NEWS

ଆଇପିଏଲର ୭ ନୂଆ ନିୟମ

ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥର ଆଇପିଏଲରେ ବିସିସିଆଇ କେତେକ ନୂଆ ନିୟମ ଲାଗୁ କରିଛି । ଏହି ନିୟମ ଆଇପିଏଲକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ନିରପେକ୍ଷ କରିବ ବୋଲି ଆଶା କରାଯାଇଛି । ଆସନ୍ତୁ ନଜର ପକାଇବା ଏହି ନିୟମଗୁଡିକ ଉପରେ.. ।

୧. ମ୍ୟାଚ ଦିନ ଅଂଶଗ୍ରହଣ କରିବାକୁ ଥିବା ଟିମ ଅଭ୍ୟାସ କରିପାରିବ ନାହିଁ ।  ୨. ୨ରୁ ଅଧିକ ଅଭ୍ୟାସ ମ୍ୟାଚ ପାଇଁ ଅନୁମତି ମିଳିବ ନାହିଁ ।  ୩. ପ୍ରାକ୍ଟିଶ ନେଟ୍ସ ଶେୟାର କରାଯାଇ ପାରିବ ନାହିଁ ।  ୪. ଘରୋଇ ଟିମ ଯେଉଁ ପିଚରେ ମ୍ୟାଚ ଖେଳିବ, ୪ ଦିନ ପୂର୍ବରୁ ସେଠାରେ ଟ୍ରେନିଂ ବନ୍ଦ ରହିବ ।  ୫. ଅଭ୍ୟାସ ପାଇଁ ପ୍ରତ୍ୟେକ ଟିମକୁ ନୂଆ ପିଚ ମିଳିବ ।  ୬. ଖେଳାଳିଙ୍କ ସହିତ ପରିବାର ଓ ବନ୍ଧୁ ଭ୍ରମଣ କରିପାରିବେ ନାହିଁ ।  ୭. ଏଲଇଡି ବୋର୍ଡ ପାଖରେ ଖେଳାଳିମାନଙ୍କ ବସିବା ଉପରେ ପ୍ରତିବନ୍ଧ ।
ବିସିସିଆଇ ଦ୍ୱାରା ଲାଗୁ କରାଯାଇଥିବା ଏହି ନିୟମଗୁଡିକୁ ସ୍ୱାଗତ କରାଯାଇଛି । ଉଦଘାଟନୀ ମ୍ୟାଚରେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ।

Leave A Reply

Your email address will not be published.