Latest Odisha News

BREAKING NEWS

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ବଢ଼ିଲା ପୂର୍ବତନ ଖେଳାଳିଙ୍କ ପେନସନ

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଏହି ପୂର୍ବତନ ଖେଳାଳିଙ୍କ ପେନସନ ୧୦୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବିସିିସିଆଇ ସେକ୍ରେଟାରୀ ଜୟ ଶାହା ଟୁଇଟ କରିଛନ୍ତି । ଏହା ଦ୍ୱାରା ୯୦୦ ମହିଳା ଓ ପୁରୁଷ କ୍ରିକେଟର ଏବଂ ମ୍ୟାଚ ଅଫିସିଆଲ ଉପକୃତ ହେବେ । ୨୦୦୪ରେ ପ୍ରଥମ ଥର ପାଇଁ ବିସିସିଆଇ ଏହି ପେନସନ ସ୍କିମ ଆରମ୍ଭ କରିଥିଲା । ୨୦୧୫ ପରଠାରୁ ଏହାକୁ ବଢ଼ା ଯାଇ ନ ଥିଲା । ୧୫ ହଜାର ପାଉଥିବା ଖେଳାଳିଙ୍କୁ ଏଥର ୩୦,୦୦୦ ମିଳିବ ।

ସେହିପରି ୩୦ ହଜାର ପେନଶନ ପାଉଥିବା ଖେଳାଳିଙ୍କୁ ୫୨,୫୦୦ ଓ ୩୭, ୫୦୦ଙ୍କୁ ୬୦ ହଜାର ମିଳିବ । ୫୦ ହଜାର ପାଉଥିବା ଖେଳାଳିଙ୍କୁ ୭୦ ହଜାର ମିଳିବ । ବିସିିସିଆଇ ଆଇପିଏଲର ମିଡିଆ ରାଇଟ୍ସ ବିକ୍ରି କରି ମାଲାମାଲ ହୋଇଛି । ବର୍ତମାନ ସୁଦ୍ଧା ୪୪,୦୭୫ କୋଟି ଟଙ୍କାର ନିଲାମ ଏ ନେଇ ଡକା ସାରିଛି ।

Leave A Reply

Your email address will not be published.