Latest Odisha News

କେ.ଏଲ ରାହୁଲ-ଋତୁରାଜ ଗାଇକୱାଡଙ୍କ ଏଭଳି ଭୁଲ ପାଇଁ ଦେବାକୁ ପଡ଼ିଲା ୧୨ଲକ୍ଷ ଟଙ୍କା ଜରିମାନା

ଲକ୍ଷ୍ନୌ : ଗତକାଲି ଅଟଳ ବିହାରୀ ବାଜପାୟୀ ଏକାନ୍ନା କ୍ରିକେଟ ଷ୍ଟାଡିୟମ୍ ରେ ଆଇପିଏଲ ୩୪ ତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ ମଧ୍ୟରେ ମୁକାବିଲା ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟ ଓପନରଙ୍କ ସମ୍ମୁଖରେ ଫିକା ପଡ଼ିଲେ ଚେନ୍ନାଇ ବୋଲର। ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ୮ ୱିକେଟ୍ ରେ ପରାସ୍ତ କରିଛି।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରିଥିଲା । ପରେ ଲକ୍ଷ୍ନୌ ବ୍ୟାଟିଂ କରି ଶେଷ ଓଭରରେ ଦୁଇ ୱିକେଟ୍ ହରାଇ ୧୮୦ ରନ୍ କରି ମ୍ୟାଚ୍ ଜିତି ନେଇଛି । ଉଭୟ ଦଳର ଅଧିନାୟକଙ୍କ ଆଚରଣ ବିଧି ଉଲ୍ଲଂଘନ ହେତୁ ବିସିସିଆଇ ପ୍ରତ୍ୟେକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ ଏବଂ ଚେନ୍ନାଇ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ସ୍ଲୋ ଓଭର ରେଟ୍ ପାଇଁ ବିସିସିଆଇ ଜରିମାନା କରିଛି।ରାହୁଲ ଏବଂ ଗାଇକୱାଡଙ୍କ ଏହା ପ୍ରଥମ ଅପରାଧ ଥିଲା, ଯେଉଁ କାରଣରୁ ଉଭୟଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା କରାଯାଇଛି।

Comments are closed.