Latest Odisha News

BREAKING NEWS

ବିସିସିଆଇ ହସ୍ତକ୍ଷେପ ପରେ କଟକଣା କୋହଳ କଲା ସିଏ

ମୁମ୍ବାଇ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳିବା ପାଇଁ ମଙ୍ଗଳବାର ବ୍ରିସବେନରେ ପଂହଚିଛନ୍ତି । ତେବେ ସେଠାରେ ପଂହଚିବା ମାତ୍ରେ ଖେଳାଳିମାନଙ୍କ ଉପରେ କଠୋର କଟକଣା ଲଗାଯାଇଥିଲା । ଯାହାକୁ ନେଇ ବିସିସିଆଇ ନିକଟରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭିଯୋଗ କରିଥିଲେ । ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ସହ ଯୋଗାଯୋଗ କରିବା ସହ ଖେଳାଳିମାନଙ୍କ ଉପରେ ଲଗାଯାଇଥିବା କଟକଣା କିଛି ମାତ୍ରାରେ କୋହଳ କରିବା ପାଇଁ କହିଥିଲା । ସିଏ ଏଥିରେ ରାଜି ହୋଇଛି ।

ଖେଳାଳିମାନେ ହୋଟେଲର ଲିଫ୍ଟ, ଜିମ୍ ବ୍ୟବହାର କରିପାରିବେ । ସେହିପରି ରୁମ ସର୍ଭିସ ଓ ହାଉସକିପିଂ ବ୍ୟବସ୍ଥା ଉପଲବ୍ଧ ହେବ । ଏକତ୍ରିତ ହୋଇ ବୈଠକ କରିବା ପାଇଁ ମଧ୍ୟ ଅନୁମତି ମିଳିବା ସହ ଗୋଟିଏ ସ୍ୱତନ୍ତ୍ର ରୁମ୍ ଦିଆଯାଇଛି । ତେବେ ଖେଳାଳିମାନେ ସୁଇମିଂ ପୁଲର ବ୍ୟବହାର କରିପାରିବେ ନାହିଁ ବୋଲି ବିସିସିଆଇର ଜଣେ କର୍ମକର୍ତା କହିଛନ୍ତି ।

Leave A Reply

Your email address will not be published.