Latest Odisha News

ସାଇନା ନେହୱାଲଙ୍କ କରୋନା ପଜିଟିଭ ରିପୋର୍ଟ ଭୁଲ୍!

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କର କରୋନା ଟେଷ୍ଟ ରିପୋର୍ଟ ଭୁଲ୍ ଥିବା ନେଇ ସୂଚନା ମିଳିଛି।

ସାଇନା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଥାଇଲ୍ୟାଣ୍ଡ ଗସ୍ତରେ ଥିବା ବେଳେ ମଙ୍ଗଳବାର ଦିନ ସେ ପଜିଟିଭ ଚିହ୍ନଟ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ କ୍ବାରେଣ୍ଟାଇନ କରାଯାଇଥିବା ସୂଚନା ମିଳିଥିଲା।

ସୂଚନା ଅନୁଯାୟୀ ଜାନୁଆରୀ ୧୨ ରୁ ୧୭ ପର୍ଯ୍ୟନ୍ତ ୟୋନେକ୍ସ ଥାଇଲ୍ୟାଣ୍ଡ ଓପନ୍ ଖେଳାଯିବ। ଏହା ପରେ ୧୯ ରୁ ୨୪ ଜାନୁଆରୀ ମଧ୍ୟରେ ଟୟୋଟା ଥାଇଲ୍ୟାଣ୍ଡ ଓପନ୍ ଏବଂ ବ୍ୟାଡମିଣ୍ଟନ ଓ୍ବାଲ୍ଡ ଫେଡେରେସନର  ୱାର୍ଲ୍ଡ ଟୁର୍ ଫାଇନାଲ୍ ୨୭ ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ।

ଏଭଳି ସ୍ଥିତିରେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଖବର ସାଇନାଙ୍କୁ ଏକପ୍ରକାର ଆଶ୍ୱସ୍ତି ପ୍ରଦାନ କରିବ।

Leave A Reply

Your email address will not be published.