Latest Odisha News

BREAKING NEWS

ଭାରତରେ ଖେଳାଯିବ ନାହିଁ କି ଆଇପିଏଲ୍ ୨୦୨୪ ?

ମୁମ୍ବାଇ: ଆଗୁଆ ଖେଳା ଯାଇପାରେ ୨୦୨୪ ଆଇପିଏଲ୍ । ଆଜତକର ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଆଇପିଏଲ୍ ୨୦୨୪କୁ ଆଗୁଆ ଆୟୋଜନ କରିବା ନେଇ ବିଚାର କରୁଛନ୍ତି । ଏଥିସହ ଆଇପିଏଲର ଏହି ସଂସ୍କରଣ ବିଦେଶରେ ହେବା ସମ୍ଭାବନା ରହିଛି । ଯାହାର ବଡ଼ କାରଣ ହେଉଛି ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ । ତେବେ ଏନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ ।

ଖବର ଅନୁସାରେ, ବିସିସିଆଇ ଆଇପିଏଲ୍ ୨୦୨୪ ଆଗୁଆ ଆୟୋଜନ କରିପାରେ । ୨୦୨୪ ଆଇପିଏଲର ଆୟୋଜନ ମାର୍ଚ୍ଚରେ ମାସରେ ହୋଇପାରେ । ଫାଇନାଲ୍ ମ୍ୟାଚ ମେ ପ୍ରଥମ ଅଥବା ଦ୍ୱିତୀୟ ସପ୍ତାହରେ ହୋଇପାରେ । ତେବେ ଏବେ ସମ୍ପୂର୍ଣ୍ଣ ଫୋକସ ୨୦୨୩ ବିଶ୍ୱକପ୍ ଉପରେ ରହିଛି । ବିଶ୍ୱକପରେ ଆଇପିଏୱଲ୍ ନେଇ ନିଷ୍ପତ୍ତି ନିଆଯିବ ।

ଆଇପିଏଲର ଆଗାମୀ ସଂସ୍କରଣ ଆଗୁଆ ହେବା ସହ ବିଦେଶରେ ଆୟୋଜନ ହେବା ସମ୍ଭାବନା ରହିଛି । ତେବେ ଆଇପିଏଲ୍ ଆୟୋଜନରେ ପ୍ରାଥମିକତା ଭାରତକୁ ଦିଆଯିବ । ଏହା ପୂର୍ବରୁ ୨୦୦୯ରେ ଆଇପିଏଲ୍ ବିଦେଶରେ ଖେଳା ଯାଇଥିଲା । ୨୦୦୯ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିଲା ଆଇପିଏଲ୍ ।

ସେହିଭଳି ୨୦୧୪ ଲୋକସଭା ନିର୍ବାଚନ ସମୟରେ ଆଇପିଏଲର କିଛି ମ୍ୟାଚ୍ ୟୁଏଇରେ ଖେଳା ଯାଇଥିବା ବେଳେ ଆଉ କିଛି ମ୍ୟାଚ୍ ଭାରତରେ ଖେଳା ଯାଇଥିଲା । ତା ଛଡ଼ା କୋଭିଡ୍ ସମୟରେ ୟୁଏଇରେ ଖେଳା ଯାଇଥିଲା ଆଇପିଏଲ୍ ମ୍ୟାଚ୍ । ଏବେ ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ୍ ଓ ମେ ମାସରେ ହେବାକୁ ଥିବାରୁ ଆଇପିଏଲ୍ ମ୍ୟାଚ୍ ବିଦେଶରେ ଆୟୋଜିତ ହୋଇପାରେ ।

Leave A Reply

Your email address will not be published.