Latest Odisha News

BREAKING NEWS

[ଭିଡ଼ିଓ] ରାଜ ରାସ୍ତାରୁ ରାଜଭବନ ଯାଏଁ ଦରଦାମ ବୃଦ୍ଧିର ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାରୁ ରାଜଭବନ ପହଞ୍ଚିଲା ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା ।

ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ଧାରଣାରେ ସାମିଲ । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସହ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିଥିଲା ଦଳ । ୩୦ ତାରିଖ ସୁଦ୍ଧା ଦରବୃଦ୍ଧି କମାଇବାକୁ କେନ୍ଦ୍ରକୁ ସତର୍କବାଣୀ ଶୁଣାଇଥିଲା ଦଳ । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକୁ ଜୋରଦାର କରିଛି । ଏମିତିକି କି ଆଗକୁ ବି ଆନ୍ଦୋଳନ ଜାରି ରଖିବାକୁ କହିଛି ଦଳ ।

କେବଳ ପେଟ୍ରୋଲ, ଡିଜେଲ କି ଗ୍ୟାସ୍ ଦର ବୃଦ୍ଧି ଘଟୁନାହିଁ । ଏହାର ପ୍ରଭାରରେ ସମସ୍ତ ପ୍ରକାର ପଦାର୍ଥ ଓ ଖାଦ୍ୟପେୟର ଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲଠାରୁ ଆରମ୍ଭ କରି ଅଟା, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି । ପରିବା ବଜାରରେ ଯେମିତି ନିଆଁ ଲାଗିଛି ।

ସ୍ପୂରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ ।

Leave A Reply

Your email address will not be published.