Latest Odisha News

ରାଜ୍ୟର ୨୩ ଜିଲ୍ଲାରୁ ୨୩୦ କରୋନା ପଜିଟିଭ୍, ୧୧ ଜିଲ୍ଲାରେ ଦୁଇ ଅଙ୍କରୁ କମ୍ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମିଛି । ଅଧିକାଂଶ ଜିଲ୍ଲାରୁ ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ବି କମ୍ ରହୁଛି । ଗତ ୨୪ ଘଣ୍ଟାରେ ୨୩ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍ । ଦିନକରେ ବାହାରିଛନ୍ତି ୨୩୦ ପଜିଟିଭ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୯୬ଟି ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୦ ଜଣ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୨୪, ବଲାଙ୍ଗିର ୧୮, ବରଗଡ଼ ୧୭ ଏବଂ ସମ୍ୱଲପୁର ଓ ଯାଜପୁର ଜିଲ୍ଲାରୁ ଆଉ ୧୫ ଜଣ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ଝାରସୁଗୁଡ଼ାରୁ ୧୪, ଖୋର୍ଦ୍ଧା ଓ କଟକରୁ ୧୨ ଜଣ ଲେଖାଏ ଏବଂ ନୂଆପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ୧୫୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୩ଲକ୍ଷ ୨୭ହଜାର ୮ ଆକ୍ରାନ୍ତ । ଏବେ ୨ହଜାର ୨୦୨ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.