Latest Odisha News

BREAKING NEWS

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ: ବର୍ତମାନ ଚାଲିଛି ଆଇପିଏଲ୍‌ ମହାସମର । ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ  ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଓ୍ଵିକେଟ କିପର ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟର ଈଶାନ କିଶନଙ୍କୁ ମ୍ୟାଚ ଫିର ୧୦ ପ୍ରତିଶତ ଜରିମାନା  କରାଯାଇଛି । ବିସିସିଆଇ କହିଛି ୱିକେଟ୍ କିପର ଈଶାନ ଆଇପିଏଲ୍ର ଆଚରଣ ବିଧି ଧାରା ୨.୨ ଅନୁଯାୟୀ ଲେବଲ ୧ର ଉଲ୍ଲଙ୍ଘନ କରିଥିଲେ ,ଯେଉଁଥିପାଇଁ ବିସିସିଆଇ ତରଫରୁ ମ୍ୟାଚ୍‌ ଫି କଟାଯାଇଛି ।

ବିସିସିଆଇ ସୂଚନା ଅନୁଯାୟୀ ,ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ବିସିସିଆଇ ଈଶାନ କିଶନଙ୍କ ଉପରେ  ମ୍ୟାଚ ଫିର ୧୦ ପ୍ରତିଶତ ଜରିମାନା ଲଗାଇଛି  । ଈଶାନ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଆଇପିଏଲ ଆଚରଣ ବିଧି ଧାରା ୨.୨ ଅନୁଯାୟୀ, ମ୍ୟାଚ ସମୟରେ କ୍ରିକେଟ ଉପକରଣ କିମ୍ବା ଗ୍ରାଉଣ୍ଡ ଉପକରଣର ଦୂରୁପଯୋଗ ହେବା ଉଚିତ ନୁହେଁ । ପୂର୍ବରୁ ବିସିସିଆଇ ଈଶାନ କିଶନଙ୍କୁ ରଣଜୀ ମ୍ୟାଚ କୁ ନେଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇସାରିଥିଲା । ସେହିପରି ଚଳିତ ଆଇପିଏଲ୍‌ ସିଜିନ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ପ୍ରର୍ଦଶନ କରୁନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ୯ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ମାତ୍ର ୩ଟିରେ ବିଜୟଲାଭ  ଜିତିଛି । ଏହିପରି ପଏଣ୍ଟ ତାଲିକାରେ ୯ମ ସ୍ଥାନରେ ରହିଛି ମୁମ୍ବାଇ ।

Leave A Reply

Your email address will not be published.