Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, କହିଲା ଚାରିଦ୍ୱାର ନଖୋଲି ରାଜ୍ୟ ସରକାର ମହାପ୍ରଭୁଙ୍କ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି

ଭୁବନେଶ୍ୱର: ଚାରିଦ୍ଵାର ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖ୍ୟମନ୍ତ୍ରୀ ଅନିଲ ବିଶ୍ଵାଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ୱାର ସଂପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଏଇ ହିନ୍ଦୁ ବିରୋଧୀ ରାଜ୍ୟ ସରକାର ଜଗା ଦର୍ଶନ ସୁରୁଖୁରୁରେ ହେଉ ବୋଲି ଚାହାନ୍ତି ନାହିଁ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ୪ଦ୍ୱାର ଖୋଲୁ ନାହାନ୍ତି, ତାହା ବଡ ଚିନ୍ତାଜନକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ।

ଅନିଲ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ମନ୍ଦିର ପରମ୍ପରା ଓ ପରିଚାଳନାର ଜ୍ଞାନ ନଥିବା ଲୋକମାନେ ଆଜି ବିଜେଡି ସରକାରରେ ସର୍ବେସର୍ବା ହୋଇଥିବାରୁ ସମସ୍ତ ବିଭ୍ରାଟ ଘଟୁଛି । ରାଜ୍ୟ ସରକାର କହିଥିଲେ ପରିକ୍ରମା ପ୍ରକଳ୍ପ ସରିବା ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବେ ବୋଲି କିନ୍ତୁ ତାହା କଲେ ନାହିଁ । ବିଜେଡି ସରକାର ନିଜକୁ ଜଗନ୍ନାଥ ମନ୍ଦିରର ମାଲିକ ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅନିଲ । ଏଭଳି ହିନ୍ଦୁ ବିରୋଧୀ ଦଳର ସରକାରକୁ ଓଡ଼ିଶାର ଲୋକ ଏଥର ଉଚିତ ଜବାବ ଦେବେ । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.