କୋଲକାତା: ଆଇପିଏଲ ୨୦୨୬ ସିଜନରେ ଅନେକ ବିବାଦ ସମ୍ମୁଖୀନ ଆସିଛି । ଏବେ କୋଲକାତା ନାଇଟ ରାଇଡର୍ସର ଏକ ପଦକ୍ଷେପ ନେଇ ବିସିସିଆଇ କ୍ଷୁବ୍ଧ ହୋଇଛଇ । ବରୁଣ ଚକ୍ରବର୍ତି ସମ୍ପୂର୍ଣ୍ଣ ଭାବେ ଫିଟ ନ ଥିବା ସତ୍ୱେ କେକେଆର ତାଙ୍କୁ ଜବରଦସ୍ତ ଖେଳାଇଥିଲା । ସେ ୪ ଓଭର ବୋଲିଂ କରିଥିଲେ । ଏହାର ପ୍ରଭାବ ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପଡିଥିଲା । ବରୁଣ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରେ ସ୍ଥାନ ପାଇଥିବାରୁ ତାଙ୍କୁ ନେଇ କୌଣସି ରିସ୍କ ନିଆଯାଉ ବୋଲି କୁହାଯାଇଛି । ବରୁଣ ଟିମ ଇଣ୍ଡିଆର ସୀମିତ ଓଭର ମୁକାବିଲାର ଏକ ପ୍ରମୁଖ ଖେଳାଳି ଭାବେ ବିବେଚନା କରାଯାଉଛି ।
ଆଇପିଏଲ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ସେଥିପାଇଁ ସେ ଆରସିବି ବିପକ୍ଷ ମ୍ୟାଚରେ ଖେଳିପାରି ନ ଥିଲେ । ଏହି ମ୍ୟାଚରେ କୋଲକାତା ହାରି ଯାଇଥିଲା । ଗୁଜରାଟ ବିପକ୍ଷ ମ୍ୟାଚରେ ବରୁଣ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିଲେ ମଧ୍ୟ ତାଙ୍କୁ କେକେଆର ଖେଳାଇଥିଲା । ଏବେ ବରୁଣ ବାକିଥିବା ଆଇପିଏଲ ମ୍ୟାଚରେ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସିସିଆଇ କେକେଆର ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ତାହା ଜଣାପଡିନି ।