Latest Odisha News

ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ଲାଗୁ କରିବ ବିସିସିଆଇ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଏଥର ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳର ଅନେକ ଗୁମର ପଦାରେ ପକାଇଛି । ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ଏଥିନେଇ ସମାଲୋଚିତ ହେବା ସହ ପରୋକ୍ଷରେ ପଦ ହରାଇଛନ୍ତି । କୋଚ ପଦ ଛାଡିବା ପରେ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏବଂ ରୋଟେଶନ ପଲିସି ଉପରେ ଶାସ୍ତ୍ରୀ ଜୋର ଦେଇଥିଲେ । ଏବେ ବିସିସିଆଇ ଏହି ପନ୍ଥା ଆପଣାଇବା ପାଇଁ ଚିନ୍ତା କରୁଛି ବୋଲି ଏହାର ଜନୈକ ଅଧିକାରୀ କହିଛନ୍ତି ।

ଆଗାମୀ ଭାରତ-ନ୍ୟୁଜିଲାଣ୍ଡ ସିରିଜ ଅବସରରେ ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ବ୍ୟବହାର କରାଯିବ । ପ୍ରତ୍ୟେକ ସିରିଜ ପରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଥିବାରୁ ରୋଟେଶନ ପଲିସି ଖେଳାଳିଙ୍କୁ ବିଶ୍ରାମ ଦେବା ସହ ଯୁବ ଖେଳାଳିଙ୍କୁ ଆନ୍ତର୍ଜାତୀୟସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିପାରିବ ବୋଲି ଆଶା କରାଯାଉଛି । ଟିମ୍ ଇଣ୍ଡିଆ ପାଖାପାଖି ୬ମାସ ବାୟୋବବଲରେ ଅଛନ୍ତି ।

Leave A Reply

Your email address will not be published.