Latest Odisha News

BREAKING NEWS

ଭଦ୍ରକରେ ଏନକାଉଣ୍ଟର : ପୋଲିସ ଗୁଳିରେ ଆହତ କୁଖ୍ୟାତ ଡକାୟତ ବାପି ପାଣି

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲସି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ହୋଇଛି । ତାର ସହେଯାଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ରଖିଛି ପୋଲିସ । ଅପରାଧୀଙ୍କ ଆକ୍ରମଣରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନରେ ବଢେୟା ଅଞ୍ଚଳରେ ଏହି ଦୁଇ ଅପରାଧୀ ଏକ ମୋଟରସାଇକେଲରେ ବନ୍ଧୁକ ଧରି ଡକାୟତି ପାଇଁ ଯାଉଥିବା ବେଳେ, ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନାଙ୍କ ସମେତ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଁଞ୍ଚି ଅପରାଧୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ ପୋଲିସ ଉପରକୁ ଡକାୟତ ମାନେ ୬ ରାଉଣ୍ଡ ଗୁଳିଚାଳନା କରିଥିଲେ । ପୋଲିସ ବାଧ୍ୟ ହୋଇ ନିଜର ଆତ୍ମରକ୍ଷାକରିବା ପାଇଁ ଅପାରାଧୀଙ୍କ ଉପରକୁ ପାଲଟା ୩ ରାଉଣ୍ଡ ଗୁଳି ଚଳାଇଥିଲା।

ଏଥିରେ ଅପରାଧୀ ବାପି ପାଣିଙ୍କ ଦୁଇଟି ଗୋଡରେ ୩ ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି। ଅନ୍ୟପଟେ ଏହି ଅପରାଧୀ ଦୁଇଜଣଙ୍କ ନାଁ ରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ୨୦ ରୁ ଅଧିକ ଅପରାଧିକ ମାମଲା ରହିଛି।ଏହି ଅପରାଧି ଦୁଇଜଣ ଦୁଇ ଦିନ ପୂର୍ବରୁ ଭଦ୍ରକ ଆରଡି ଛକରେ ଗୁଳି ଚଲାଇ ଦୋକାନ ଘରୁ ଟଙ୍କା ଓ ସୂନା ଲୁଟ କରିଥିବା ନେଇ ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.