Latest Odisha News

BREAKING NEWS

ଫେବୃଆରୀ ୩ରୁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ। IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ କାର୍ଯ୍ଯକ୍ରମ। ଏକାମ୍ର ଉତ୍ସବ ତିନୋଟି ଉପାଦାନ ଅର୍ଥାତ୍- ଭୁବନ୍-ଇ-ସ୍ୱର୍ ବା ମୁଖ୍ୟ ଇଭେଣ୍ଟ , ସିଟି କାର୍ନିଭାଲ୍- ଲୋକ ଉତ୍ସବ ଏବଂ ଖାଦ୍ୟ ମହୋତ୍ସବ – ଆମ ବ୍ୟଞ୍ଜନରେ ପାଳନ କରାଯିବ।

IDCO ପ୍ରଦର୍ଶନୀ ପଡିଆରେ ଭୁବନ୍-ଇ-ସ୍ୱର୍ (ମୁଖ୍ୟ କାର୍ଯ୍ୟକ୍ରମ) ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବେ ଓଲିଉଡ଼ ଏବଂ ବଲିଉଡର ଖ୍ୟାତିସମ୍ପନ୍ନ କଳାକାର। ଏଥିସହ ଲାଇଭ୍ ମ୍ୟୁଜିକ୍ ଏବଂ ବ୍ୟାଣ୍ଡ ମଧ୍ୟ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ସିନେମା ଏବଂ ସଂଗୀତ ଜଗତର ପ୍ରଖ୍ୟାତ କଳାକାରମାନେ ଅଂଶଗ୍ରହଣ କରିବେ।
ସେହିଭଳି, ସିଟି କାର୍ନିଭାଲ୍- ଲୋକ ଉତ୍ସବ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ନେଇ ପାଳନ କରାଯିବ। ବିଭିନ୍ନ ପ୍ରକାର ଥିମ୍ ଆଧାରିତ ଏହି କାର୍ନିଭାଲ୍ ଭୁବନେଶ୍ୱରର ପ୍ରମୁଖ ରାସ୍ତାରେ ପାଳନ କରାଯିବ। ଓଡ଼ିଶାର ହାତ ତିଆରି ଆଞ୍ଚଳିକ ଖାଦ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ଖାଦ୍ୟ ମହୋତ୍ସବ-ଆମ ବ୍ୟଞ୍ଜନ କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟର ପ୍ରତ୍ୟକ ଜିଲ୍ଲାର ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ।
ରାଜ୍ୟ ସରକାର ଏହାପୂର୍ବରୁ ଫେବୃଆରୀ ୨୦୨୪ରେ ଓଡ଼ିଶାର ଭାଷାଗତ ପରମ୍ପରାକୁ ସମ୍ମାନ ଜଣାଇ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି।

Comments are closed.