ପନିପରିବା ସତେଜ ରହିବା ପାଇଁ ଅଧିକାଂଶ ଲୋକେ ଫ୍ରିଜରେ ରଖିଥାଆନ୍ତି । ବିଶେଷ କରି ଖରାଦିନେ ଫ୍ରିଜ୍ରେ ପନିପରିବା ସହିତ ବିଭିନ୍ନ ପ୍ରକାର ଖାଦ୍ୟ ମଧ୍ୟ ରଖିଥାଆନ୍ତି ଲୋକେ । ହେଲେ ଏପରି କେତେକ ଜିନିଷ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି । ଗବେଷକଙ୍କ କହିବା ଅନୁଯାୟୀ ଫ୍ରିଜ୍ରେ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । କାରଣ ଖାଦ୍ୟକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।ଏହି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଅସୁସ୍ଥ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫ୍ରିଜ୍ରେ କେଉଁ ଖାଦ୍ୟ ରଖିବା ଅନୁଚିତ୍ ….
ଆଳୁ : ଆଳୁକୁ ଫ୍ରିଜରେ ରଖିବା ଦ୍ବାରା ସେଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପେ ବଦଳିଯାଏ। ଏହାର ସ୍ବାଦ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଘରର କୌଣସି ଥଣ୍ଡା ସ୍ଥାନରେ ପ୍ଲାଷ୍ଟିକ ବ୍ୟାଗରୁ ଆଳୁକୁ କାଢି ରଖନ୍ତୁ। ଆଳୁକୁ ସାଧାରଣ ତାପମାତ୍ରାରେ ରଖିବା ସବୁଠାରୁ ଉତ୍ତମ ଅଟେ।
ପିଆଜ : ତରକାରୀ ଠାରୁ ଆରମ୍ଭ କରି ସାଲାଡ ପର୍ଯ୍ୟନ୍ତ ପିଆଜ ସବୁଥିରେ ଦରକାର ପଡ଼ିଥାଏ । ଚୋପା ଲାଗିଥିବା ପିଆଜକୁ ସବୁବେଳେ ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ । କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ । ବେଳେ ବେଳେ କଟା ପିଆଜକୁ ବହୁ ଲୋକେ ଫ୍ରିଜରେ ରଖି ଥାଆନ୍ତି । ମାତ୍ର ଏପରି ରଖିବା ଉଚିତ ନୁହେଁ। ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ।
କଟା ପିଆଜକୁ ଖାଲିରେ ଅଥବା ଫ୍ରିଜରେ ରଖିଲେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇଥାଏ। ସେହି ପିଆଜକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟର କ୍ଷତି କରିଥାଏ। ଆମ ଶରୀରର ଶକ୍ତିକୁ ତଥା କାର୍ଯ୍ୟ କରିବାର କ୍ଷମତାକୁ ଏହା ହ୍ରାସ କରିଥାଏ। ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ।
ଫ୍ରିଜରେ ଗୋଟା ପିଆଜକୁ ରଖିଲେ ଏହାର ଭିତର ଅଂଶ ଶୁଷ୍କ ହୋଇଯାଏ ଏବଂ ଏହାର ଭଲ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ଆମେ ଏହି ପିଆଜକୁ ଖାଇଲେ ଆମ ଶରୀରରେ ବିଭିନ୍ନ ରୋଗ ହୋଇଥାଏ। ଆଣ୍ଠୁଗଣ୍ଠି ଓ ହାଡ଼ ଜନିତ ବହୁ ସମସ୍ୟା ମଧ୍ୟ ହୋଇଥାଏ।
କଖାରୁ : କଖାରୁକୁ ଅନେକ ଲୋକ ଫ୍ରିଜରେ ରଖିଥାଆନ୍ତି। ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ। କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ବାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ।
Comments are closed.