Latest Odisha News

BREAKING NEWS

ବାରମ୍ବାର ମୁଣ୍ଡବ୍ୟଥା ହେଉଛି ! ହେଇପାରେ ଏହି ବଡ ରୋଗ…

ଭୁବନେଶ୍ବର: ମୁଣ୍ଡବ୍ୟଥା କେବେନା କେବେ ସମସ୍ତଙ୍କୁ ହୋଇଥାଏ । ଏହା ସାଧରଣ କଥା । କାରଣ ମାନସିକ ଚାପ, ନିଦ ଅଭାବ, ପାଗର ହଠାତ୍ ପରିବର୍ତ୍ତନ ମୁଣ୍ଡବିନ୍ଧାର କାରଣ ହୋଇପାରେ । କିନ୍ତୁ ଦେଖିଥିବେ କିଛି ଜଣଙ୍କର ଲଗାତାର ଅସହ୍ୟ ମୁଣ୍ଡ ବିନ୍ଧା ହୁଏ କିମ୍ବା ଘଣ୍ଟା ଘଣ୍ଟା ଧରି ମୁଣ୍ଡ ବିନ୍ଧେ , ତେବେ ଏପରି ଲକ୍ଷଣ ଗୁରୁତର ରୋଗର ଲକ୍ଷଣ ହୋଇପାରେ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ ।

– ମାଇଗ୍ରେନ୍ ଏକ ବିଶେଷ ପ୍ରକାରର ମୁଣ୍ଡବିନ୍ଧା । ଯାହା ମୁଣ୍ଡର ଗୋଟିଏ ପାର୍ଶ୍ବରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ମୁଣ୍ଡବିନ୍ଧା ସହିତ ବାନ୍ତି କିମ୍ବା ମୁଣ୍ଡ ବୁଲାଇବା, ଆଲୋକ କିମ୍ବା ଶବ୍ଦ ପ୍ରତି ସମ୍ବେଦନଶୀଳତା ବୃଦ୍ଧି ପାଇବା ଭଳି ଲକ୍ଷଣ ଦେଖାଯାଏ । ନିଦ ଅଭାବ ଏବଂ ପାଗର ପରିବର୍ତ୍ତନ ମାଇଗ୍ରେନକୁ ଅଧିକ ଆକ୍ଟିଭ କରିଦିଏ । ମାଇଗ୍ରେନ୍ ଥିଲେ ଡାକ୍ତରଙ୍କୁ ଦେଖାଇ ସଠିକ୍ ଔଷଧ ଖାଇବା ଆବଶ୍ୟକ । ଏଥିସହ କିଛି ଲୋକଙ୍କୁ ସ୍ବତନ୍ତ୍ର ଖାଦ୍ୟ କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ ହୋଇପାରେ ।

-ମସ୍ତିଷ୍କରେ ଟ୍ୟୁମର ହେଇଥିଲେ ମୁଣ୍ଡବିନ୍ଧା ହୋଇଥାଏ। ଏହା ଅଧିକ ଗମ୍ଭୀର ହୋଇପାରେ, କାରଣ ଟ୍ୟୁମର ମସ୍ତିଷ୍କ ଉପରେ ଚାପ ପକାଏ । ଫଳରେ ଅସହ୍ୟ ମୁଣ୍ଡବିନ୍ଧା ହୁଏ । ଯଦି ଆପଣଙ୍କର ପ୍ରବଳ ଏବଂ ବହୁତ ସମୟ ଧରି ମୁଣ୍ଡବିନ୍ଧା ହେଉଛି, ତେବେ ଆପଣଙ୍କର ମସ୍ତିଷ୍କ ଟ୍ୟୁମର ହୋଇପାରେ । ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରନ୍ତୁ ।

– ସାଇନସ୍ ସମସ୍ୟା ଯୋଗୁଁ ବାରମ୍ବାର ମୁଣ୍ଡବିନ୍ଧା ହୋଇଥାଏ । ସାଇନସ୍ ସଂକ୍ରମଣ ଫଳରେ ମୁଣ୍ଡବିନ୍ଧା, ନାକ ବନ୍ଦ ହୋଇଯାଏ ଏବଂ ମୁହଁ ଯନ୍ତ୍ରଣା ହୁଏ । ସାଇନସ୍ ସମସ୍ୟା ଥିଲେ ଡାକ୍ତରଙ୍କୁ ଦେଖାନ୍ତୁ ।

-ଉଚ୍ଚ ରକ୍ତଚାପ ଥିଲେ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ । ମୁଣ୍ଡ ବିନ୍ଧା ସହିତ, ମୁଣ୍ଡ ବୁଲାଇବା, ଦୁର୍ବଳତା ଏବଂ ଛାତିରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଖାଦ୍ୟ, ବ୍ୟାୟାମ ସହ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।

Comments are closed.