Latest Odisha News

ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ ବାବା, ‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ’: ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଉଭୟ କୋର୍ଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି । ଯେଉଁଥିପାଇଁ ଉଭୟଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ନଭେମ୍ବର ୨୧ରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗୋଟେ ଦିନ ବିତିନି ଆପଣମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଗୋଟେପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ, ଅନ୍ୟପଟେ ପତଞ୍ଜଳି ତାର ବିଜ୍ଞାପନ ଛାପି ଚାଲିଥିଲା । ଏହା ହେଉଛି ଦେଶର ସବୁଠାରୁ ବଡ ଅଦାଲତ ଆପଣ କିପରି ଆଇନ ଉଲ୍ଲଂଘନ କଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଆପଣ କୋର୍ଟକୁ ଆଫିଡେଭିଟ୍‌ ଦେବା ପରେ ମଧ୍ୟ ନିୟମ ଉଲ୍ଲଂଘନ କରିଛନ୍ତି । ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହନ୍ତୁ ।

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ରାମଦେବ ବାବା ଓ ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ହାଜର ହୋଇଥିଲେ । ତେବେ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ ହାତ ଯୋଡି କ୍ଷମା ମାଗିଥିବା ଜଣାପଡ଼ିଛି । ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି ।

Comments are closed.