Latest Odisha News

BREAKING NEWS

[ଭିଡିଓ] ନୀଳଗିରିରେ ଭାଲୁ ଆତଙ୍କ

ବାଲେଶ୍ୱର: ନୀଳଗିରିରେ ଭାଲୁ ଆତଙ୍କ । ରାତି ଅଧରେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି ଭାଲୁ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ସ୍ୱର୍ଣ୍ଣଚୂଡ ପାହାଡ଼ ଚାରିପଟେ ଏବେ ଭାଲୁ ଉପଦ୍ରବ୍ୟ ବୃଦ୍ଧି ପାଇଛି । ଗାଁ ଭିତରକୁ ଭାଲୁ ପଶି ଲୋକଙ୍କୁ ଆକ୍ରମଣ କରୁଛି । ହେଲେ ଏକ ଭାଲୁ ଘରେ ପଶିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.