Latest Odisha News

BREAKING NEWS

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଖସୁଛି ସଂକ୍ରମଣ ଗ୍ରାଫ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ସଂକ୍ରମଣ ଗ୍ରାଫ ତଳକୁ ଖସିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତେବେ ଆଜି ରାଜ୍ୟରୁ ୩୬୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୧୨ ଲକ୍ଷ ୪୧ ହଜାର ୮୯୭ ଜଣ ସଂକ୍ରମିତ ସୁସ୍ଥ ହୋଇସାରିଲେଣି ।

BjdElectrycity

ଆଜି ସୁସ୍ଥ ହୋିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୩୨ ଜଣ ରହିଥିବା ବେଳେ ସୋନପୁରରୁ ୩୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋିଛନ୍ତି । ଅନ୍ୟ ଜିଲ୍ଲା ଗୁଡ଼ିକରେ ସୁସ୍ଥଙ୍କ ସଂଖ୍ୟା ୩ଶହରୁ ତଳକୁ ରହିଛି ।

ଏନେଇ ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Comments are closed, but trackbacks and pingbacks are open.