Latest Odisha News

BREAKING NEWS

ବିଲରୁ ଭାଲୁର ମୃତଦେହ ଉଦ୍ଧାର, ନଖ ଓ ଦାନ୍ତ ତାଡି ନେଇଥିବା ସନ୍ଦେହ

ଢେଙ୍କାନାଳ: ବିଲରୁ ଭାଲୁର ମୃତଦେହ ଉଦ୍ଧାର ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ଗାଁ ନିକଟ ବିଲରୁ ମୃତ ଭାଲୁ ଉଦ୍ଧାର ହୋଇଛି । ଶନିବାର ସକାଳେ ଏକ ମୃତ ଭାଲୁ ବିଲରେ ପଡିଥିବା ଲୋକେ ଦେଖିଥିଲେ । 

ମୃତ ଭାଲୁର ନଖ ଓ ଦାନ୍ତ କେହି ଦୁର୍ବୃତ୍ତ ତାଡି ନେଇଥିବା ବେଳେ କେହି ବିଷ ଦେଇ ମାରି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଭାଲୁଟିର ବୟସ ୧୫ରୁ ୨୦ ବର୍ଷର ହେବ ବୋଲି ଅନୁମାନ କରାଯାଉଛି । ଖବର ପାଇ ଭୁବନ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.