Latest Odisha News

BREAKING NEWS

ପାଣି ପାଇଁ ହା ହା କାର ଆମେରିକାବାସୀ, ବରଫ ତରଳାଇ ପିଉଛନ୍ତି ପାଣି

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ପାଖାପାଖି ଦେଢ଼ କୋଟି ଲୋକଙ୍କୁ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ରାଜ୍ୟରେ ୧୦-୧୧ ଫେବୃଆରୀରେ ଆସିଥିବା ବରଫ ଝଡ଼ରେ ଇଲେକ୍ଟ୍ରିସିଟି ଗ୍ରିଡ୍‌ ଫେଲ୍‌ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ଘର କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା ଜଣାପଡ଼ିଛି । ଏଥିସହିତ ବିନା ହିଟରରେ ଲୋକଙ୍କୁ ରହିବାକୁ ପଡ଼ୁଛି । ଅତ୍ୟଧିକ ଥଣ୍ଡା କାରଣରୁ ପାଣି ସପ୍ଲାଇ ହେଉଥିବା ପାଇପ୍‌ ଫାଟି ଯାଇଥିଲା । ଫଳରେ ଲୋକମାନେ ବିନା ପାଣିରେ ରହୁଛନ୍ତି ।

ପାଣିର ସପ୍ଲାଇ ହୋଇନପାରିବାରୁ ଲୋକେ ବରଫକୁ ଏକାଠି କରି ଏବଂ ତାକୁ ଗରମ କରି ପାଣିରେ ପରିଣତ କରୁଛନ୍ତି ଏବଂ ସେହି ପାଣିକୁ ବ୍ୟବହାର କରି ସେମାନେ ଚଳୁଛନ୍ତି । କିଛି ଲୋକ ବୋତଲ ବନ୍ଦ ପାଣି ଉପରେ ମଧ୍ୟ ନିର୍ଭର କରୁଛନ୍ତି । ପାଣି ବୋତଲ୍‌ ପାଇଁ ଲମ୍ୱାଲାଇନ୍‌ ମଧ୍ୟ ଦେଖିବାକୁ ମିଳିଛି । ଆମେରିକାର ଟେକ୍ସାସ୍‌ ରାଜ୍ୟରେ ପାଖାପାଖି ୨.୯ କୋଟି ଲୋକ ବସବାସ କରନ୍ତି । 

Leave A Reply

Your email address will not be published.