Latest Odisha News

BREAKING NEWS

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବାକୁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ରାଜ୍ୟସଭାର ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ । ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ ଦାବି ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ଏସମ୍ପର୍କିତ ବିଲ ପାର୍ଲାମେଣ୍ଟରେ ପାରିତ କରିବା ପାଇଁ ସେ ଦାବି କରିଛନ୍ତି । ସସ୍ମିତ କହିଛନ୍ତି, ଏହି ବିଲ୍ ଲୋକସଭାରେ ପାସ୍ ହେବା ଆବଶ୍ୟକ । ୩୩% ସଂରକ୍ଷଣ ପାଇଁ ସମ୍ବିଧାନରେ ସଂଶୋଧନର ଆବଶ୍ୟକତା ରହିଛି ।

ଓଡ଼ିଆରେ ସସ୍ମିତ ପାତ୍ର କହିଥିଲେ, ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ବର୍ଷ ଧରି ଦାବି କରି ଆସୁଛନ୍ତି । ଭାରତରେ ବିଶେଷ କରି ଅର୍ଥନୈତିକ, ସାମାଜିକ ତଥା ରାଜନୈତିକ ସଶକ୍ତିକରଣ ପ୍ରସଙ୍ଗରେ ମହିଳା ସଶକ୍ତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହାସହ ସେ କହିଥିଲେ, ୨୦୧୯ଲୋକସଭା ନିର୍ବାଚନରେ ​​ ନବୀନ ପଟ୍ଟନାୟକ ନିଜ ଦଳରେ ମହିଳାଙ୍କ ପାଇଁ 33% ଆସନ ସଂରକ୍ଷଣ କରିଥିଲେ । ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ନବୀନ ଓ ବିଜେଡି ଦୃଢ଼ ଦାବି କରି ଆସୁଛନ୍ତି । ମହିଳା ସଂରକ୍ଷଣ ବିଲ୍ ମାଧ୍ୟମରେ ଯଦି ରାଜନୈତିକ ସଶକ୍ତିକରଣ ହେଲେ ତାହା ଦ୍ୱାରା ପ୍ରକୃତ ମହିଳା ସଶକ୍ତିକରଣ ହାସଲ କରାଯାଇ ପାରିବ । ଓଡ଼ିଶାରେ ୮୦ ଲକ୍ଷ ମହିଳା ସଶକ୍ତୀକରଣ ହୋଇଥିବା ସସ୍ମିତ ପାତ୍ର କହିଥିଲେ ।

ସସ୍ମିତ ପାତ୍ର ଦୁଇଟି ପ୍ରସ୍ତାବ ଦେଇଛନ୍ତି । ସେ କହିଥିଲେ, ଯେପରି କେନ୍ଦ୍ର ଓଡ଼ିଶାର ମମତା ଯୋଜନାକୁ ଏକ ମଡେଲ ଭାବରେ ବିବେଚନା କରି ଜାତୀୟ ପ୍ରସୂତି ଯୋଜନା ଆଣିଛି, ସେହିଭଳି ଓଡିଶାର ମିଶନ ଶକ୍ତି ଆଧାରରେ ଏକ ଜାତୀୟ କାର୍ଯ୍ୟକ୍ରମ ଆଣିବାକୁ ଚିନ୍ତା କରିବା ଉଚିତ । ଯାହାଦ୍ୱାରା ମହିଳାଙ୍କର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ହୋଇପାରିବ । ତାଙ୍କର ମତ ଏବଂ ଓଡ଼ିଆରେ କହିଥିବାରୁ ସସ୍ମିତ ପାତ୍ରଙ୍କୁ ଧନ୍ୟବାଦ ଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

Leave A Reply

Your email address will not be published.