Latest Odisha News

BREAKING NEWS

ପୁଣି ଚମକିବ ଶ୍ରୀମନ୍ଦିର: ମୁଖ୍ୟ ଶାସନ ସଚିବଙ୍କ ସ୍ଥିତି ଅନୁଧ୍ୟାନ ପରେ ଲାଗିଲା ଲାଇଟ୍

ପୁରୀ:ପୁରୀରେ ଲାଗିଲା ଲାଇଟ୍ । ପୁଣି ଚମକିବ ଶ୍ରୀମନ୍ଦିର । ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍ । ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଏହାପରେ ଯେଉଁ ସଂସ୍ଥା ଲାଇଟ ଖୋଲି ନେଇଥିଲା ପୁଣି ସେହି ସଂସ୍ଥା କର୍ମଚାରୀ ଲାଇଟ୍ ଲଗାଉଛନ୍ତି ।

ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ଲଗାଯାଇଥିବା ଲାଇଟ ଖୋଲାଯିବା ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁରୀ ଜିଲ୍ଲାପାଳଙ୍କୁ ଏନେଇ ଶନିବାର ସକାଳୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେପଟେ  ଲାଇଟ କଢ଼ାଯିବା ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ  ।

ଶ୍ରୀମନ୍ଦିରରେ ପରିକ୍ରମା ପ୍ରକଳ୍ପ ସହ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା । ହେଲେ ଏହା ଖୋଲା ଯିବା ପରେ ଅନ୍ଧକାରମୟ ହୋଇଯାଇଥିଲା ପୁରୀ ପରିସର । ଏହି ଲାଇଟ୍ କୁ ଲଗାଇଥିବା ଠିକାଦାର ଜଣଙ୍କ ସରକାର ପରିବର୍ତ୍ତନ ହେବା ପରେ ବିନା ନୋଟିସ୍ ରେ ମନ୍ଦିର ପରିସରରୁ ଲାଇଟ ଖୋଲି ନେଇଥିଲେ ।

 

Leave A Reply

Your email address will not be published.