Latest Odisha News

BREAKING NEWS

ଭୂମିକମ୍ପରେ ଖଟ ହେବ ରକ୍ଷା କବଚ

ପ୍ରକୃତିର ତାଣ୍ଡବ ଯେ କେତେ ଭୟଙ୍କର ଓ ବିଧ୍ୱଂସକାରୀ ହୋଇପାରେ ନିକଟରେ ସିରିୟା ଓ ତୁର୍କୀରେ ଘଟିଥିବା ଭୂମିକମ୍ପ ହେଉଛି ତାର ଚାକ୍ଷୁଶ ପ୍ରମାଣ । ଶହ ଶହ ଉଚ୍ଚ ଅଟ୍ଟାଳିକା ମାତ୍ର କେଇ ସେକେଣ୍ଡ ଭିତରେ ଧ୍ୱଂସସ୍ତୁପରେ ପରିଣତ ହୋଇଗଲା । ପ୍ରକୃତିର ଏହି ତାଣ୍ଡବରୁ ବର୍ତ୍ତି ପାରିଲେ ନାହିଁ ଲକ୍ଷ ଲକ୍ଷ ଲୋକ । ମାତ୍ର କେଇ ସେକେଣ୍ଡର ଭୂମିକମ୍ପ ଦୋହଲାଇ ଦେଲା ସାରା ବିଶ୍ୱକୁ । ଏକଥା ବି ପ୍ରମାଣ କରିଦେଲା ଯେ, ପ୍ରକୃତିର କୋପ ଆଗରେ ମଣିଷ କେତେ ଅସହାୟ ହୋଇପାରେ । ଏବେ ବି ଏହି ଧ୍ୱଂସସ୍ତୁପ ତଳୁ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ଲୋକେ ।

ଏହା ଗୋଟିଏ ଘଟଣା ନୁହେଁ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅନେକ ସମୟରେ ପ୍ରକୃତି ଏଭଳି ତାଣ୍ଡବ ରଚିଛି ଓ ଏହାକୁ ସାମ୍ନା କରିବା ପାଇଁ ମଣିଷ ମଧ୍ୟ ଚେଷ୍ଟା ଜାରି ରଖିଛି । ଏଭଳି ସମୟରେ ସ୍ଥିତିକୁ ନଜରରେ ରଖି ଭୂମିକମ୍ପରୁ କିଭଳି ସୁରକ୍ଷା ମିଳିପାରିବ ସେ ନେଇ ସମାଧାନ ଖୋଜିବାରେ ଲାଗି ପଡ଼ିଛନ୍ତି ବୈଜ୍ଞାନିକମାନେ । ଏବେ ଏହାର ଏକ ଛୋଟ ଉପାୟ ବାହାର କରିଛନ୍ତି କିଛି ବୈଜ୍ଞାନିକ । ସେମାନଙ୍କ ଯୁକ୍ତି ଖଟ ଦେଇପାରିବ ଭୂମିକମ୍ପରୁ ସୁରକ୍ଷା ।

ଲୋକଙ୍କ ସୁରକ୍ଷା ପାଇଁ ବୈଜ୍ଞାନିକମାନେ ଏବେ ଏକ ସ୍ୱତନ୍ତ୍ର ଡିଜାଇନ୍‌ର ଖଟ ତିଆରି କରିଛନ୍ତି, ଯାହା ଲୋକଙ୍କୁ ଭୂମିକମ୍ପରୁ ସୁରକ୍ଷା ପ୍ରଦାନ କରିପାରିବ । ଏହାର ବିଶେଷ ଗୁଣ ହେଲା, ଏହା ଭୂମିକମ୍ପ ନିରୋଧି । କୌଣସି ସ୍ଥାନରେ ବି ଭୂମିକମ୍ପ ଯୋଗୁ ଅଟ୍ଟାଳିକା ଭୁଶୁଡ଼ିଲେ ଏହି ଖଟ ସୁରକ୍ଷା ଦେବ । ତେଣୁ ଏହାର ନାମ ରଖାଯାଇଛି ଭୂକମ୍ପ ନିରୋଧୀ ଖଟ । ଏହି ଖଟଟିକୁ ସ୍ୱତନ୍ତ୍ର ପ୍ରକାର ଧାତୁରେ ତିଆରି କରିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକମାନଙ୍କର ଯୁକ୍ତି ହେଲା ଏହି ଖଟର ଉଚ୍ଚତା ନିୟମିତ ଖଟଠାରୁ ଅଧିକ । ଯଦିଓ ଭୂକମ୍ପ ଅନୁଭୂତ ହେବା ପୂର୍ବରୁ ତାକୁ ଜାଣିବା ପାଇଁ ଏ ପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ , ଏହି ଖଟ କିନ୍ତୁ ଭୂକମ୍ପ ବାବଦରେ ଲୋକଙ୍କୁ ସୂଚେଇ ପାରିବ । ଏଥିରେ ବ୍ୟବହାର କରାଯାଇଛି ସ୍ୱତନ୍ତ୍ର ସେନ୍ସର । କୌଣସି ଅଞ୍ଚଳରେ ହଠାତ୍ ଭୂମିକମ୍ପ ଅନୁଭୂତ ହେଲେ ଏହି ସ୍ୱତନ୍ତ୍ର ଖଟଟିର ମଝିଭାଗ ଖୋଲିଯାଏ । ଫଳରେ ଶୋଇଥିବା ବ୍ୟକ୍ତି ଖଟ ଭିତରକୁ ପଶିଯିବା ସହିତ ଏକ ସୁରକ୍ଷିତ ବଳୟ ଭିତରକୁ ଚାଲିଯିବ । ଫଳରେ ଭୂମିକମ୍ପର ପ୍ରଭାବରେ ଯଦି କିଛି ଘର ଭୁଶୁଡ଼େ ତେବେ ଖଟରେ ଶୋଇଥିବା ଲୋକଙ୍କୁ ତାହା କ୍ଷତି ପହଞ୍ଚାଇ ପାରେ ନାହିଁ । ମଜା କଥା ହେଲା ଏହିଭଳି ଖଟ ସୁରକ୍ଷା ତ ଦେବ । ତାହାସହିତ ବଙ୍କର ଭଳି ଏହା ଭିତରେ ଖାଦ୍ୟ, ପାନୀୟର ବ୍ୟବସ୍ଥା ରହିଛି, ଯାହା ଖଟ ଭିତରେ ଥିବା ଲୋକଙ୍କୁ କିଛି ଘଣ୍ଟା ପାଇଁ ସୁରକ୍ଷା ଦେଇପାରିବ । ଏହି ସମୟ ଭିତରେ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜିପାରିବେ ବୋଲି ଖଟକୁ ତିଆରି କରିଥିବା ବୈଜ୍ଞାନିକମାନେ ଦାବି ରଖିଛନ୍ତି ।

Leave A Reply

Your email address will not be published.