Latest Odisha News

BREAKING NEWS

ଘରେ ପଶି ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ୱର: ଗୋଟିଏ ପରିବାରର ୪ ଜଣଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି । ଏସିଡ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ । ତେବେ ଏସିଡ୍ ମାଡ଼ର କାରଣ ଏଯାବତ୍ ଜଣାପଡ଼ି ନାହିଁ ।

ସୋମବାର ମଧ୍ୟାହ୍ନରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁରେ ଏସିଡ୍ ମାଡ଼ ହୋଇଛି । ଦୁଇ ଭଉଣୀଙ୍କ ସହ ସେମାନଙ୍କ ୨ ଛୁଆ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ତେବେ ବିବାହକୁ କେନ୍ଦ୍ର କରି ଜଣେ ଯୁବକ ଏସିଡ୍ ଫିଙ୍ଗିଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତ କାରଣ ଜଣାପଡ଼ି ନାହିଁ । ସହଦେବଖୁଣ୍ଟା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.