Latest Odisha News

BREAKING NEWS

ପାନ ଦୋକାନୀ ନାଁରେ ଶହେ କୋଟିର ଜିଏସଟି ଠକେଇ

ରାଉରକେଲା: ପୁଣି ରାଉରକେଲାରୁ ସାମନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ। ଜଣେ ପାନ ଦୋକାନୀଙ୍କ ନାଣରେ ଶହେ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ରାଉରକେଲା କୋଏଲନଗରର ଜଣେ ପାନ ଦୋକାନୀ କାର୍ତ୍ତିକ କମିଲାଙ୍କୁ ପାଖକୁ ଆସିଛି ୧୦୯ କୋଟି ଟଙ୍କା ଜିଏସଟି ଠକେଇ ନୋଟିସ।

ପାନ ଦୋକାନୀଙ୍କ ନାଁରେ କାର୍ତ୍ତିକ ଟ୍ରେଡର୍ସ ନାମକ ଫେକ୍ କମ୍ପାନୀ କରି ଏହି ଠକେଇ କରାଯାଇଥିବା ସୂଚନା ମିଳିଛି । କମ୍ପାନୀ ବିଷୟରେ କିଛି ଜାଣି ନଥିବା କହିଛନ୍ତି କାର୍ତ୍ତିକ । ଏହି ନୋଟିସ୍ ଦେଖି ସେ ଚିନ୍ତିତ ହୋଇ ପଡିଛନ୍ତି । କାର୍ତ୍ତିକ କହିଛନ୍ତି, ସେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି ।

କିଛି ଦିନ ତଳେ ଜିଏସ୍‌ଟି ଅଧିକାରୀ ଆସି ପଚରାଉଚରା କରିବା ସହ ତାଙ୍କ ନାଁରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା କହିଥିଲେ । ଗତକାଲି ପୁଣି ଜିଏସଟି ବିଭାଗ ଅଧିକାରୀ ଆସି ପଚରାଉଚରା କରିଥିଲେ । ସେ କାହାକୁ କୌଣସି ଡକ୍ୟୁମେଣ୍ଟ ଦେଇ ନାହାନ୍ତି । ଇଲେକ୍ଟ୍ରି ବିଲ୍‌କୁ ନେଇ କେହି ଏଭଳି ଫେକ୍ କାରନାମା କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.