Latest Odisha News

BREAKING NEWS

୧୯ ବର୍ଷରେ ବ୍ଲକ୍‌ବଷ୍ଟର୍‌ ମୁଭି ‘କଭି ଖୁସି କଭି ଗମ୍‌’

ନୂଆଦିଲ୍ଲୀ: ବଲିଉଡର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର୍‌ଙ୍କ ପ୍ରତିଟି ଚଳଚ୍ଚିତ୍ର ପରଦା ଉପରେ ସଫଳ ଭାବେ ଅବତୀର୍ଣ୍ଣ ହୋଇଛି। ତାଙ୍କ ‌ନିର୍ଦ୍ଦେଶିତ କେତୋଟି ଚଳଚ୍ଚିତ୍ର ମଧ୍ୟ ‘କଭି ଖୁସି କଭି ଗମ୍‌’ ଅନ୍ୟତମ। ଏହି ଚଳଚ୍ଚିତ୍ରଟି ପରଦାରେ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ପ୍ରମୁଖ ଭୂମିକାରେ ଅବତାର୍ଣ୍ଣ ହୋଇଥିଲେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖାନ, କାଜୋଲ, ହ୍ରିତିକ ରୋଶନ ଏବଂ କରୀନା କପୁର ଖାନ।

ଆଜି ଏହି ଚଳଚ୍ଚିତ୍ରକୁ ରିଲିଜ୍ ହେବାର ୧୯ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ୧୪ ଡିସେମ୍ବର ୨୦୦୧ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳ ହେବା କୋଟି କୋଟି ଟଙ୍କା ଆୟ କରିଥିଲା। ଏହି ଅବସରରେ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର୍‌ ଫିଲ୍ମକୁ ମନେ ପକାଇ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଛନ୍ତି “# 19yearsofK3G … ଗତ ୧୯ ବର୍ଷ ମଧ୍ୟରେ ସମସ୍ତ ଲାଇକ୍ ଏବଂ ମନ୍ତବ୍ୟ ପାଇଁ ସେ ଏକାଠି ଧନ୍ୟବାଦ ମଧ୍ୟ ଦେଇଛନ୍ତି। କରଣ ଜୋହରଙ୍କ ପୋଷ୍ଟରେ ଏକ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି ଯେଉଁଥିରେ ଫିଲ୍ମର କିଛି ଦୃଶ୍ୟ ରହିଛି।

ବର୍ତ୍ତମାନ କରଣ ଜୋହର ଆଲିଆ ଭଟ୍ଟ, ରଣବୀର କପୁର ଏବଂ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.