Latest Odisha News

BREAKING NEWS

ବିଟରେ ରହିଛି ଅନେକ ଉପକାରୀ ଗୁଣ, ଜାଣନ୍ତୁ ବିଟ୍ ଖାଇବାର ଫାଇଦା

ଭୁବନେଶ୍ଵର: ବିଟ୍ ଏମିତି ଏକ ପରିବା ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।  ବିଟ୍ କେବଳ ଯେ ତରକାରୀରେ ବ୍ୟବହାର ହୁଏ ତାହା ନୁହେଁ, ଅନେକ ଲୋକ ଏହାକୁ ସାଲାଡ ଓ  ଜୁସ୍ କରି ମଧ୍ୟ ପିଅନ୍ତି ।  କେତେକ ଲୋକଙ୍କୁ  ବିଟ୍ ଖାଇବା ପସନ୍ଦ ନୁହେଁ କିନ୍ତୁ ଯେଉଁମାନେ ଏହାର ନ୍ୟୁଟ୍ରିସନ୍ ଗୁଣ ବିଷୟରେ ଜାଣନ୍ତି   ସେମାନେ ପ୍ରତ୍ୟେକ ଦିନ ଡାଇଟରେ ବିଟକୁ ସାମିଲ କରିଥାନ୍ତି । ବିଟରେ କ୍ୟାଲସିୟମ୍, ଆଇରନ୍ ଓ ଆଣ୍ଟିଓକ୍ସିଡେଣ୍ଟ୍ ସମେତ ଅନେକ ନ୍ୟୁଟ୍ରିଏସନ୍ ଭରି ରହିଛି ।  ଯଦି ଆପଣ ୧୦ ଗ୍ରାମର ବିଟ୍ ଖାଉଛନ୍ତି ତେବେ ଏଥିରେ ୪୩ ମିଲିଗ୍ରାମ କ୍ୟାଲୋରି ଓ ୨ ଗ୍ରାମ ଫ୍ୟାଟ୍ ରହିଥାଏ । ଅର୍ଥାତ ବିଟ୍ ଖାଇଲେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇବ ନାହିଁ ।  ବିଟରେ ଭରପୁର ପ୍ରୋଟିନ୍ ରହିଛି ଯାହ ଶାରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ।

ବିଟ୍ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଅନେକ ସଂକ୍ରାମକ ଜନିତ ରୋଗରୁ  ଉପସମ ମିଳିଥାଏ । ଖାସ କରି ବିଟ୍ ସାଲାଡ ଓ ଜୁସ୍ ଅଧିକ ଲାଭଦାୟକ । ଯେଉଁମାନଙ୍କର ଲଗାତାର କୋଷ୍ଠକାଠିନ୍ୟ ଓ ପେଟ ସମସ୍ୟା ଦେଖାଦେଉଛି, ସେମାନେ ବିଟ୍ ଖାଇବା ଜରୁରୀ ଅଟେ ।  ବିଟ୍ ଜୁସ୍ ଓ ସାଲାଡ ନ୍ୟାଚୁରାଲ ସୁଗାରର ଉତ୍ସ ଅଟେ ଓ ଏହା ଶରୀରକୁ ଏନର୍ଜି ଯୋଗାଇଥାଏ । ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ସମସ୍ୟା ରହିଛି , ତେବେ  କିଛି ଦିନ ପର୍ଯ୍ୟନ୍ତ ରେଗୁଲାର  ବିଟ ସାଲାଡ  ଖାଆନ୍ତୁ ଓ ଜୁସ୍ ପିଅନ୍ତୁ ଦେଖିବେ ଧୀରେ ଧୀରେ ବିପି କଣ୍ଟ୍ରୋଲକୁ ଆସିଯିବ । ଅଳ୍ପ ଶାରୀରିକ ପରିଶ୍ରମ କଲେ ଯଦି ଆପଣଙ୍କୁ ଥକା ଲାଗୁଛି ବା ଦୁର୍ବଳ ଅନୁଭବ କରୁଛନ୍ତି ତେବେ ବିଟ୍ ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ । ବିଟ୍ ଖାଇଲେ ବ୍ଲଡ୍ ପ୍ୟୁରିଫାଏ ହୋଇଥାଏ, ଯାହା ଦ୍ୱାରା ଶରୀରର ଅକ୍ସିଜେନ୍ ଲେବଲ ବୃଦ୍ଧି ଘଟେ  । ବିଟ୍ ସୁନ୍ଦରତା ପାଇଁ ମଧ୍ୟ ଲାଭଦାୟକ । ବିଟ୍ ଖାଇଲେ କେଶ ଝଡ଼ିବା କମ୍ ହୁଏ ଓ ଫେସ୍ ଗ୍ଲୋ ମଧ୍ୟ କରେ ।

Comments are closed.