ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ସରକାରଙ୍କ ଆଗରେ ଧାରଣା ଦେଇ ରଖିଆସୁଛନ୍ତି ଦାବି। ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨୧ ଦଫା ଦାବିରେ ୧୨ ଦିନ ହେଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ସେମାନଙ୍କର ଦାବି ଅନୁଯାୟୀ ୨୩୪ ଅନୁଦାନ ଯୋଗ୍ୟ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨, ଗ୍ରେଡପେରେ ଥିବା ଅସଙ୍ଗତି ଦୂର, ୨୦୦୪ରୂ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବିରେ ସଂଘ ଆନ୍ଦୋଳନ କରୁଛି । ଏପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ କହିଛି । ସେପଟେ ଆଲୋଚନା ସଫଳ ନ ହେଲେ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ ।
BREAKING NEWS
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Comments are closed.