ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ସରକାରଙ୍କ ଆଗରେ ଧାରଣା ଦେଇ ରଖିଆସୁଛନ୍ତି ଦାବି। ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨୧ ଦଫା ଦାବିରେ ୧୨ ଦିନ ହେଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ବା ଓଷ୍ଟା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ସେମାନଙ୍କର ଦାବି ଅନୁଯାୟୀ ୨୩୪ ଅନୁଦାନ ଯୋଗ୍ୟ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨, ଗ୍ରେଡପେରେ ଥିବା ଅସଙ୍ଗତି ଦୂର, ୨୦୦୪ରୂ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଦାବିରେ ସଂଘ ଆନ୍ଦୋଳନ କରୁଛି । ଏପଟେ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ କହିଛି । ସେପଟେ ଆଲୋଚନା ସଫଳ ନ ହେଲେ ପରୀକ୍ଷା ପରିଚାଳନା ଠାରୁ ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ ।
BREAKING NEWS
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର
- ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା
- ଟାଇମ୍ସ ହାୟର ଏଜୁକେସନ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୭; ଭାରତର ୪ର୍ଥ ସ୍ଥାନରେ କିଟ୍
- ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି
- ଗୁଆହାଟୀ ପିଚ୍ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …

Comments are closed.