Latest Odisha News

BREAKING NEWS

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ଲାଗିଲା ସୁନାର କବାଟ

ଅଯୋଧ୍ୟା: ଭବ୍ଯ ରାମ ମନ୍ଦିରରେ ପ୍ରଥମ ସ୍ବର୍ଣ୍ଣ କବାଟ ସ୍ଥାପନ କରାଯାଇଛି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବାକୁ  ଆଉ ମାତ୍ର କିଛି ଦିନ ବାକି ରହିଛି। ଏହାପୂର୍ବରୁ ସୁନାର କବାଟ ସ୍ଥାପନ କରାଯାଇଛି। ଗର୍ଭଗୃହର ଉପର ମହଲାରେ ଥିବା ଏହି କବାଟର ଉଚ୍ଚତା ୧୨ ଫୁଟ ଓ ୮ ଫୁଟ ଚଉଡ଼ା ରହିଛି।

ଆସନ୍ତା ୩ ଦିନ ମଧ୍ୟରେ ସେଠାରେ ଆଉ ୧୩ଟି ସୁନାର କବାଟ ସ୍ଥାପନ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାମ ମନ୍ଦିରରେ ମୋଟ ୪୬ଟି କବାଟ ସ୍ଥାପନ କରାଯିବ, ସେଥିରୁ ୪୨ଟିରେ ସୁନାର ଲେପ ଲାଗିବ ବୋଲି ସିଏମଓ ପକ୍ଷରୁ କୁହାଯାଇଛି। ରାମ ମନ୍ଦିର ଉଦଘାଟନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ ରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଉଦଘାଟନୀ ସମାରୋହ ଦିନ ସାରା ରାଜ୍ୟରେ ମଦ ବିକ୍ରି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ସମାରୋହର ପ୍ରସ୍ତୁତିର ସମୀକ୍ଷା କରିବାକୁ ଅଯୋଧ୍ୟାରେ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ ପରିମଳକୁ ‘କୁମ୍ଭ ମଡେଲ’ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜାନୁଆରୀ ୧୪ ତାରିଖରେ ଅଯୋଧ୍ୟାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବାକୁ ସେ ଘୋଷଣା କରିଛନ୍ତି। ଜାନୁଆରୀ ୨୨ ରେ ଅଯୋଧ୍ୟା ମନ୍ଦିରରେ “ପ୍ରାଣ ପ୍ରତିଷ୍ଠା” ପାଇଁ ସଜ୍ଜିତ ହେଉଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.