ଭୁବନେଶ୍ବର: ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ । ଆପଣମାନେ କିପରି ଏକ ଓଡ଼ିଶାର ଚିତ୍ର ଦେଖିବାକୁ ଚାହୁଁଛନ୍ତି, ସେ ବିଷୟରେ ନିଶ୍ଚୟ କେବେ କେମିତି ଭାବୁଥିବେ । ଏ ମାଟିର ଝିଅ ଭାବରେ ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ଵପ୍ନ ଦେଖେ । ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା କହିଛନ୍ତି।
ओडिशा के गौरवशाली इतिहास और संस्कृति ने भारत की सांस्कृतिक विविधता, एकता और व्यापकता को बढ़ाया है।
— President of India (@rashtrapatibhvn) November 10, 2022
हम सब "आजादी का अमृत महोत्सव" मना रहे हैं और 25 साल बाद, स्वाधीनता की शताब्दी मनाएंगे। इसी तरह ओडिशा 14 साल बाद नए राज्य का दर्जा मिलने की शताब्दी मनाएगा। यह समय भारत और ओडिशा के लिए बहुत महत्वपूर्ण है। भारत को एक विकसित देश बनाने के लिए सबके सामूहिक प्रयासों की आवश्यकता है। pic.twitter.com/DxVfJ8duzo
— President of India (@rashtrapatibhvn) November 10, 2022
ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ବୋଇତ ବନ୍ଦାଣର ସ୍ମାରକୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ଚକ୍ର, ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଆଦିବାସୀ ନୃତ୍ୟର ସ୍ମାରକୀ ଉପହରା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ମୁଖ୍ୟ ବିଚାରପତି ଏସ୍ ମୁରଲୀଧରନ, ବାଚସ୍ପତି ବିକ୍ରମ କେଶରୀ ଆରୁଖ , ବିଏମସି ମେୟର ସୁଲୋଚନା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମାଣ୍ଡିଆ ଚାଷୀ ଶ୍ରୀମତୀ ସୁବାସ ମହାନ୍ତ, ସାହିତ୍ୟିକା ଡା. ପ୍ରତିଭା ରାୟ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପୂର୍ଣ୍ଣିମା କିଞ୍ଚାଇ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଡା. ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁରୀ ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଉର୍ଦ୍ଦୁ କବି ଖୱାର ନକଭୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଓ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲ ପୁରସ୍କାର ପ୍ରାପ୍ତ ପ୍ରେମଲତା ବାରିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଜୟ ଜଗନ୍ନାଥ । ନମସ୍କାର ।
ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ । ଏହି ଅବସରରେ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ, ସ୍ନେହ ଓ ଶ୍ରଦ୍ଧା ମୋତେ ଅଭିଭୂତ କରିଛି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । pic.twitter.com/fAwPHnXOIv— President of India (@rashtrapatibhvn) November 10, 2022
ରାଷ୍ଟ୍ରପତି କହିଥିଲେ ଜୟ ଜଗନ୍ନାଥ । ନମସ୍କାର । ରାଷ୍ଟ୍ରପତି ହେବା ପରେ ନିଜ ମାଟିକୁ ଏହା ମୋର ପ୍ରଥମ ଆଗମନ । ଏହି ଅବସରରେ ଆପଣମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ, ସ୍ନେହ ଓ ଶ୍ରଦ୍ଧା ମୋତେ ଅଭିଭୂତ କରିଛି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ‘‘ଓଡ଼ିଶାକୁ ଆସିବା ପରେ ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କର ନୁହନ୍ତି, ସେ ଭାରତ ଓ ବିଶ୍ବବାସୀଙ୍କର ଆରାଧ୍ୟ । ତେଣୁ ବିଶ୍ବର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି।’’ ରାଷ୍ଟ୍ରପତି ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେ ପକାଇ ଅନେକ ଉଦାହରଣ ଦେଇଥିଲେ ।
ଆଜି ସକାଳେ ପୁରୀ ଯାଇ ମୁଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଫେରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଓଡ଼ିଆମାନଙ୍କ ପ୍ରାଣର ଠାକୁର ନୁହଁନ୍ତି, ସେ ମଧ୍ୟ ଜଗତର ନାଥ । ଓଡ଼ିଶାବାସୀଙ୍କ ପାଇଁ, ଭାରତବାସୀଙ୍କ ପାଇଁ ଏବଂ ସର୍ବୋପରି ବିଶ୍ଵବାସୀଙ୍କ ମଙ୍ଗଳ ପାଇଁ ମୁଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । pic.twitter.com/dsRHO82vkR
— President of India (@rashtrapatibhvn) November 10, 2022
ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ଓ ଓଡ଼ିଶାର ନୌବାଣିଜ୍ୟ ପରଂପରାକୁ ମନେ ପକାଇଥିଲେ। ସେ କହିଥିଲେ ‘‘ଭାଷାଭିତ୍ତିକ ଭାବେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ବ୍ରିଟିଶ ବିରୋଧୀ ଆନ୍ଦୋନଳ ଓଡ଼ିଶାରୁ ଆରମ୍ଭ ହୋଇଥିଲା। ପାଇକ ବିଦ୍ରୋହରେ ଓଡ଼ିଶା ସାମିଲ ହୋଇଥିଲା। ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ରମାଦେବୀ, ମାଳତୀ ଦେବୀ ଓ ସରଳା ଦେବୀ ସ୍ବାଧୀନତା ସଂଗ୍ରାମକୁ ଆହୁରି ବଳ ଦେଇଥିଲେ। ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ମଧ୍ୟ ସକ୍ରିୟ ଥିଲା।’’ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ । ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ , ଏହା ମୋର ଆନ୍ତରିକ ଇଛା ।
ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରଶଂସା କରିବା ସହ ଓଡ଼ିଶାର ଗୈାରବ ଇତିହାସର ସ୍ମୃତିକୁ ମନେ ପକାଇଥିଲେ । ସ୍ବାଗତ ଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରି କହିଥିଲେ ଯେ, ଆମ ସମସ୍ତରଙ୍କର ପ୍ରିୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି। ପ୍ରଥମ ଓଡ଼ିଆ ଝିଅ ଓ ଜନଜାତି ସଂପ୍ରଦାୟରୁ ରାଷ୍ଟ୍ରପତି ହୋଇ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଶିକ୍ଷାର ଆରମ୍ଭରୁ ବହୁତ ସଂଘର୍ଷ କରିଛନ୍ତି। ଆପଣଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି।’’
ଆଜିର ସମାରୋହରେ ରାଜ୍ୟର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋଟ୍ର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖ ଓ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ମଂଚାସୀନ ଥିଲେ।
Comments are closed.