Latest Odisha News

BREAKING NEWS

କୋର୍ଟଙ୍କ ଇଡିକୁ ପ୍ରଶ୍ନ, ଜ୍ୟାକଲିନଙ୍କୁ କାହିଁକି ଗରଫ କରାଯାଉନି ?

ନୂଆଦିଲ୍ଲୀ: ଦିଲ୍ଲୀ ପଟିୟାଲା କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାମଲାରେ ଇଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲରେ ଫସିଛନ୍ତି । ଯଦି ଜ୍ୟାକଲିନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଅଛି ତାହାହେଲେ ତାଙ୍କୁ କାହିଁକି ଗିରଫ କରାଯାଉନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଇଡି ତାଙ୍କୁ ହଇରାଣ କରୁଛି ବୋଲି ଜ୍ୟାକଲିନ କୋର୍ଟରେ ଅଭିଯୋଗ କରିଛନ୍ତି । ମୋ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତିହୀନ । ଅଥଚ ଇଡିର ବ୍ୟବହାର ମୋ ପ୍ରତି ସନ୍ତୋଷଜନକ ରହି ନାହିଁ ।

ଇଡି ସ୍ପଷ୍ଟ କରିଛି ଯେ, ଅଭିନେତ୍ରୀଙ୍କ ବିରୋଧରେ ଏଲଓସି ଜାରୀ କରା ନ ଗଲେ ସେ ବିଦେଶ ପଳାଇ ଯାଇ ପାରନ୍ତି । ମନି ଲଣ୍ଡ୍ରିଂ ମାମାଲାରେ ଇଡି ଜ୍ୟାକଲିନଙ୍କୁ ଅନେକ ଥର ପଚରାଉଚରା କରିଛି । ତାଙ୍କୁ ସପ୍ଲିମେଂଟ ଚାର୍ଜଶିଟରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେପ୍ଟେମ୍ବର ୨୬ରେ ୫୦୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ସହ ଜ୍ୟାକଲିନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

Leave A Reply

Your email address will not be published.