ନୂଆଦିଲ୍ଲୀ:ବିବାହ ପାଇଁ ମନା କଲେ ଯୁବତୀ ଓ ତାଙ୍କ ପରିବାର । ଯେଉଁଥିରେ ଉତକ୍ଷିପ୍ତ ହୋଇ ପ୍ରମିକାଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ସେହି ଛୁରୀରେ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିଛି ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ ବେଲଗାଭି ଜିଲ୍ଲାରେ । ୨୦ ବର୍ଷୀୟା ଐଶ୍ବର୍ଯ୍ୟା ମହେଶ ଲୋହରଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ତାଙ୍କ ୨୯ ବର୍ଷୀୟ ପ୍ରେମିକ ପ୍ରଶାନ୍ତ କୁନ୍ଦେକର । ପ୍ରଶାନ୍ତ ଜଣେ ରଙ୍ଗ ମିସ୍ତ୍ରୀ ହୋଇଥିବା ବେଳେ ବର୍ଷେ ହେବ ଐଶ୍ବର୍ଯ୍ୟାଙ୍କୁ ଭଲ ପାଉଥିଲେ । ବିବାହ ପାଇଁ ଐଶ୍ବର୍ଯ୍ୟାଙ୍କୁ ବାରମ୍ବାର ପ୍ରବର୍ତ୍ତାଉ ଥିଲେ ସେ । ଏପରିକି ଐଶ୍ବର୍ଯ୍ୟାଙ୍କ ମାଆଙ୍କୁ ଦେଖା କରି ମଧ୍ୟ ଏହା କହିଥିଲେ । ତେବେ ଆର୍ଥିକ ସ୍ତରରେ ପ୍ରଥମେ ସ୍ବଚ୍ଛଳ ହେବାକୁ ପରାମର୍ଶ ଦେଇଥିଲେ ଐଶ୍ବର୍ଯ୍ୟାଙ୍କ ମାଆ । ଐଶ୍ବର୍ଯ୍ୟା ମଧ୍ୟ ବର୍ତ୍ତମାନ ବିବାହ ସମ୍ଭବ ନୁହେଁ ବୋଲି ତାଙ୍କୁ କହିଥିଲେ । ଯେଉଁଥିରେ ଭାଙ୍ଗି ପଡ଼ିଥିଲେ ପ୍ରଶାନ୍ତ ।
ଐଶ୍ବର୍ଯ୍ୟା ତାଙ୍କ ମାଉସୀ ଘର ୟେଲୁର ଗାଁରେ ଥିବା ବେଳେ ମଙ୍ଗଳବାର ସେଠାକୁ ୟାଇଥିଲେ ପ୍ରଶାନ୍ତ । ସାଥୀରେ ଗୋଟେ ବିଷ ବୋତଲ ନେଇଥିଲେ । ପ୍ରଥମେ ଐଶ୍ବର୍ଯ୍ୟାଙ୍କୁ ତାହା ପିଆଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପାରି ନଥିଲେ । ଫଳରେ ପାଖରେ ଥିବା ଛୁରୀରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ । ପରେ ସେହି ଛୁରୀରେ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିଛନ୍ତି ।
ଏନେଇ ପୋଲିସ କହିଛି ଯେ,ଅଭିଯୁକ୍ତ ବେଲଗବୀ ତାଲୁକର ୟେଲୁର ଗାଁର ବାସିନ୍ଦା ଥିଲା। ସେ ଐଶ୍ୱର୍ଯ୍ୟାକୁ ଭଲ ପାଉଥିଲା ଏବଂ ଏକ ବର୍ଷରୁ ଅଧିକ ସମୟ ଧରି ବିବାହ କରିବା ପାଇଁ ତାଙ୍କ ପିଛା କରୁଥିଲା। ରଙ୍ଗମିସ୍ତ୍ରୀ ଭାବରେ କାମ କରୁଥିବା ପ୍ରଶାନ୍ତ ପୂର୍ବରୁ ବିବାହ କରିବାକୁ ଚାହୁଁଥିବା ନେଇ ଐଶ୍ବର୍ଯ୍ୟାଙ୍କ ମାଆଙ୍କୁ ଜଣାଇଥିଲା। କିନ୍ତୁ, ତାଙ୍କ ମାଆ ତାଙ୍କୁ ପ୍ରଥମେ ଆର୍ଥିକ ଭାବରେ ସ୍ବଚ୍ଛଳ ହେବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।
Comments are closed.