Latest Odisha News

BREAKING NEWS

ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ: ରୋହିତଙ୍କୁ ପଛରେ ପକାଇଲେ କୋହଲି

ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭଲ ପ୍ରଦର୍ଶନ କରିବା ଯୋଗୁ ଭାରତର କେତେଜଣ ଖେଳାଳିଙ୍କ ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗରେ ଉନ୍ନତି ହୋଇଛି । ଶୁଭମନ ଗିଲ ୭୯୧ ପଂଏଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ବାବର ଆଜମ ଦ୍ୱିତୀୟ ଏବଂ ହେନେରୀ କ୍ଲାସେନ ତୃତୀୟ ସ୍ଥାନରେ ରହିଛନ୍ତି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୨ଟି ସ୍ଥାନ ତଳକୁ ଖସି ଆସିଛନ୍ତି । ସେ ଏବେ ୫ମ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ତାଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନ ହାସଲ କରିଛନ୍ତି ।

ଅକ୍ଷର ପଟେଲ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ୧୭ ସ୍ଥାନ ଉନ୍ନୀତ ହୋଇ ୧୩ରେ ରହିଛନ୍ତି । ଆଫଗାନିସ୍ତାନର ଯୁବ ଅଲରାଉଣ୍ଡର ଅଜମୁତାଲ୍ଲା ଉମ୍ରଜାଇ ଶୀର୍ଷ ସ୍ଥାନରେ ରହିଛନ୍ତି । ବୋଲିଂରେ ଭାରତର କୂଲଦୀପ ଯାଦବ ଷଷ୍ଠ, ମହମ୍ମଦ ସାମୀ ୧୧ତମ ସ୍ଥାନରେ ରହିଛନ୍ତି । ମହେଶ ତୀକ୍ଷାନା, କେଶବ ମହାରାଜା ଓ ମ୍ୟାଟ ହେନେରୀ ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଭାବୀ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି ।

Comments are closed.