Latest Odisha News

BREAKING NEWS

ନାଗରିକ ମଞ୍ଚ ପକ୍ଷରୁ ବେଲପାହାଡ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଛଅ ଦଫା ଦାବି ନେଇ ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ଜିଲ୍ଲା ପ୍ରଶାସନ ଓ ରେଳବିଭାଗ ମଧ୍ୟରେ ଏକ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ମିଳିନଥିଲା । ଫଳରେ ନାଗରିକ ମଞ୍ଚ ରାସ୍ତାକୁ ଓହ୍ଲାଇଥିଲା।

ଅନ୍ୟପକ୍ଷରେ ଆଜି ବନ୍ଦର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ବସ୍ ଚଳାଚଳ, ସ୍କୁଲ କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସାଧାରଣରେ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ନେଇ ଜଣାପଡିଛି ।

ବେଲପାହାଡ଼ ନାଗରିକ ମଞ୍ଚ ର କହିବାନୁଯାୟୀ ବେଲପାହାଡ଼ ରେଳଷ୍ଟେସନର ବିକାଶ ପାଇଁ କୋଟି କୋଟି ଟଙ୍କାର ରାଜସ୍ୱ ଆସୁଥିଲେ ମଧ୍ୟ ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଆହୁରି ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ମଧ୍ୟ ମଞ୍ଚ ଅଭିଯୋଗ କରିଛି।

Leave A Reply

Your email address will not be published.