Latest Odisha News

BREAKING NEWS

ତାଣ୍ଡବ ରଚିଲା ‘ଗାଜା’, ମୃତକଙ୍କ ପରିବାରକୁ ପଲାନୀସ୍ୱାମୀଙ୍କ ସହାୟତା ରାଶି ଘୋଷଣା

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ତାମିଲନାଡୁରେ ତାଣ୍ଡବ ରଚିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ନାଗପାଟିନମ୍ରେ ସ୍ଥଳ ଭାଗ ଛୁଇଁଥିଲା । ଏଥିସହିତ ତାମିଲନାଡ଼ୁ, ପୁଡୁଚେରୀ ଏବଂ ନାଗପାଟିନମ୍ର ଭେଡାରନୟମ୍ ଅଞ୍ଚଳରେ ମଧ୍ୟ ପ୍ରଳୟ ଖେଳାଇଥିଲା ।

ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୦୦-୧୨୦ କିମି. ବେଗରେ ପବନ ବହିଥିଲା । ଯାହାର ଘରଦ୍ୱାର ଭାଙ୍ଗିବା ସହ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ତାଣ୍ଡବ ରଚିଥିଲା । ଅନ୍ୟପକ୍ଷରେ ଏହି ବାତ୍ୟା ଯୋଗୁଁ ପାଖାପାଖି ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଏଭଳି ପରିସ୍ଥିତିକୁ ଦେଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଶୁକ୍ରବାର ଦିନ ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ଆହତମାନଙ୍କୁ ଜନୈକ ୧ଲକ୍ଷ ଟଙ୍କା ଏବଂ ସ।।ନ୍ୟ ଆହତ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏନ୍ଡିଆରଏଫ୍ ଓ ଟିଏନଡିଆରଏଫ ଟିମ ମିଳିତ ଉଦ୍ୟମରେ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.