Latest Odisha News

ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍

ଗଞ୍ଜାମ: କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ ।

ଏହି ସମୟରେ ଚାଲିବ ଡୋର୍ ଟୁ ଡୋର ସ୍କ୍ରିନିଂ । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘରୁ ବୁଲି ଲୋକଙ୍କୁ ସ୍କ୍ରିନିଂ କରିବେ ।
ପାଞ୍ଚ ଦିନରେ ପାଖାପାଖି ୭ ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯିବ । ଏହି ସମୟରେ ଲୋକଙ୍କୁ ଘରେ ରହିବା ସହ କରୋନା ଲକ୍ଷଣ ଥିଲେ ନଲୁଚାଇବା ପାଇଁ ଅପିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଡୋର୍ ଟୁ ଡୋର୍ ସ୍କ୍ରିନିଂ ପାଇଁ ଦୁଇ ଶହଟି ସ୍ୱାସ୍ଥ୍ୟ ଯାଞ୍ଚ ଟିମ୍ ଗଠନ କରାଯାଇଛି ।

ପାଞ୍ଚ ଦିନିଆ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଜାରି ରହିବ କୃଷି ଓ ସ୍ୱାସ୍ଥ୍ୟ ସେବା । ସମସ୍ତ ସରକାରୀ ଅଫିସ, ସହରାଞ୍ଚଳରେ ଥିବା ବ୍ୟାଙ୍କ ବନ୍ଦ ରହିବ । ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଗତକାଲି ଗଞ୍ଜାମ-ଖୋର୍ଦ୍ଧା-ନୟାଗଡ଼ ବର୍ଡର ସିଲ୍ କରାଯାଇଥିଲା । ଏମକେସିଜି ହସ୍ପିଟାଲର ଓପିଡିକୁ ସାଧାରଣ ରୋଗୀଙ୍କ ପାଇଁ ବନ୍ଦ କରାଯାଇଛି । ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ କରିଥିଲେ ପୋଲିସ ଡିଜି ଅଭୟ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତା ବଢ଼ିଛି ।

Leave A Reply

Your email address will not be published.