Latest Odisha News

BREAKING NEWS

[ଦେଖନ୍ତୁ]: ଖାଦ୍ୟ ଓଜନ କରି ଖାଉଛନ୍ତି ବିରାଟ: ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସେଲିବ୍ରିଟି ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ନିଜ ନିବାସରେ ଅତିବାହିତ କରୁଛନ୍ତି କ୍ୱାଲିଟି ଟାଇମ । ଉଭୟ ଏକାଠି ଥିବାରୁ ଏହି ଲକଡାଉନ ସେମାନଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହୋଇଥିବା ଉଭୟ କହିଛନ୍ତି। ଏହି ସାମ୍ୟରର ବିରାଟ ଏବଂ ଅନୁଷ୍କା ମଧ୍ୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ନିଜ ଘରର ଘଟୁଥିବା ପ୍ରତିଟି ମଜାଦାର ଘଟଣା ଏମାନେ ନିଜ ପ୍ରଶଂସକଙ୍କ ସହ ସେୟାର କରିବାକୁ ପସନ୍ଦ ମଧ୍ୟ କରୁଛନ୍ତି ।

ଏବେ ଅନୁଷ୍କା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସ୍ୱାମୀ ବିରାଟ ବିଲକୁଲ ୧୦୦ ଗ୍ରାମର ଖାଦ୍ୟ ଓଜନ କରି ଖାଉଥିବା ଦେଖିବାକୁ ମିଳିଛି । ଖାଦ୍ୟର ଓଜନ ମାପିବା ପାଇଁ ଏକ ଓଜନ ଯନ୍ତ୍ରର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ଅନୁଷ୍କା ଲେଖିଛନ୍ତି, ” ଖାଦ୍ୟ ମାପି ଖାଇବା ଏହି ଘରର ସୌଜନ୍ୟତା।

Leave A Reply

Your email address will not be published.