Latest Odisha News

BREAKING NEWS

ବ୍ରହ୍ମପୁର ଡେପୁଟି ମେୟରଙ୍କ ମାନବିକତା; ରାତିରେ ବୁଲି ନିରାଶ୍ରୟଙ୍କୁ ଦେଉଛନ୍ତି ଆଶ୍ରୟ

ବ୍ରହ୍ମପୁର: ମାନବିକତା ପ୍ରଦର୍ଶନ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଇ.ବିବେକ ରେଡ଼ି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସହର ସାରା ବୁଲିବୁଲି ନିରାଶ୍ରୟଙ୍କୁ ଉଦ୍ଧାର କରୁଛନ୍ତି । ସେମାନଙ୍କୁ ଆଶ୍ରୟସ୍ଥଳୀରେ ନେଇ ରଖୁଛନ୍ତି ।

ସୋମବାର ରାତି ପ୍ରାୟ ୧୧ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନ ଯଥା ଷ୍ଟେଶନ୍‍, ବସ୍‍ଷ୍ଟାଣ୍ଡ ଓ ରାସ୍ତାକଡର ଦୋକାନ ତଳେ ରାତ୍ରଯାପନ କରୁଥିବା ନିରାଶ୍ରୟ ଓ ରିକ୍ସା ଚାଳକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ନୂଆ ବସ୍‍ଷ୍ଟାଣ୍ଡ ନିକଟ ଗୋକେର୍ଣ୍ଣଶ୍ୱର ଶିବ ମନ୍ଦିର ସାମ୍ନାରେ ସହରାଞ୍ଚଳର ବାସହୀନଙ୍କ ନିମନ୍ତେ ଥିବା ଆଶ୍ରୟସ୍ଥଳୀ(ଆଶ୍ରୟ)କୁ ନେଇଥିଲେ ।

ବିବେକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି । ତାଙ୍କୁ ଏଥିରେ ସହଯୋଗ କରିଥିଲେ ୩୨ ନମ୍ବର ୱାର୍ଡର କର୍ପୋରେଟର ସୁରେନ୍ଦ୍ର ମହାରଣା ଏବଂ ନିଗମର ସିଟି ପ୍ରୋଗ୍ରାମ ଅଫିସର ଅରୁଣ କୁମାର।

ସୋମବାର ରାତିରେ ୧୦ଜଣ ନିରାଶ୍ରୟ ଓ ରିକ୍ସା ଚାଳକଙ୍କୁ ଉଦ୍ଧାରକରି ତାଙ୍କୁ ଖାଦ୍ୟଦେଇ ଆଶ୍ରୟସ୍ଥଳୀକୁ ନେଇ ରଖାଯାଇଛି । ଯେଉଁମାନଙ୍କର ଘର ନାହିଁ ଓ ବାହାରୁ ଆସି ସହରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ରାତ୍ରିଯାପନ ପାଇଁ ଏହି ଆଶ୍ରୟସ୍ଥଳୀରେ ନିଗମ ପକ୍ଷରୁ ରହିବାର ବ୍ୟବସ୍ଥା କରାଯାଇଛି।

ତେଣୁ ରାସ୍ତାକଡରେ ନରହି ଏଠାକୁ ଆସି ରାତ୍ରିଯାପନ କରିବାକୁ ଡେପୁଟି ମେୟର ରେଡ୍ଡି ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.