Latest Odisha News

BREAKING NEWS

ବ୍ରହ୍ମପୁରରେ ଘରେଘରେ ବୁଲି କୋଭିଡ୍ ଭାକ୍ସନ୍ ଦେବ ପୌରପାଳିକା

ବ୍ରହ୍ମପୁର: ବଡ ଘୋଷଣା । ସୋମବାରଠୁ ଘରଘର ବୁଲି କୋଭିଡ୍ ଭାକ୍ସନ୍ ଦେବ ବ୍ରହ୍ମପୁର ପୌରପାଳିକା । ତେବେ ଏହି ସେବା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ । ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ରହିଛି ।

ସ୍ୱତନ୍ତ୍ର ଯୋଜନା ଅନୁଯାୟୀ ଏକ ନିର୍ଦ୍ଧିଷ୍ଟ ଗାଡିରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଏହି ସେବା ବ୍ରହ୍ମପୁରରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ମିଳିବ । ଏ ନେଇ ଖୁବଶୀଘ୍ର ଅଧିକ ସୂଚନା ସର୍ବସାଧାରଣଙ୍କୁ ଦିଆଯିବ ବୋଲି ଏକ ଟୁଇଟ୍ ଜରିଆରେ ଗଂଜାମ ଜିଲ୍ଲା ପ୍ରଶାସନ ଜଣାଇଛି ।

Leave A Reply

Your email address will not be published.