Latest Odisha News

BREAKING NEWS

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ପଦକ୍ଷେପ; ୧୯୨୯କୁ କଲ୍ କରି ଘରେ କରିପାରିବେ କରୋନା ଟେଷ୍ଟିଂ

ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ସ୍ଥିତି ନେଇ ବିଏମସିର ନୂତନ କମିଶନର ସଞ୍ଜୟ ସିଂ ପ୍ରେସମିଟରେ ସୂଚନା ଦେଇଛନ୍ତି । ଲକଡାଉନ୍ ଓ ସଟଡାଉନ୍ ମାନି ଚଳିବା । କରୋନାର କୌଣସି ଲକ୍ଷଣ ଦେଖାଗଲେ ଏଡ଼ାଇ ଯାଆନ୍ତୁ ନାହିଁ । ବିଏମସିର ୧୯୨୯ କଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ୧୯୨୯ରେ କଲ୍ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।

ବରିଷ୍ଠ ନାଗରିକ କରୋନା ଟେଷ୍ଟ ପାଇଁ ଟେଷ୍ଟିଂ ଯାଇପାରୁ ନାହାଁନ୍ତି । ବିଶେଷକରି ଏକୁଟିଆ ଥିବା ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନେ ୧୯୨୯କୁ କଲ୍ କରି ତାଙ୍କର ଠିକଣା ଦେବେ । ବିଏମସିର ମୋବାଇଲ୍ ଟିମ୍ ଘରକୁ ଯାଇ ନମୁନା ସଂଗ୍ରହ କରିବ । ଏହା ସୋମବାର ଠାରୁ ଆରମ୍ଭ ହେବ । ବିଏମସି ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଉଛି ।

ଟିକାକରଣ ଚାଲିଥିବା ବେଳେ ଟିକାକେନ୍ଦ୍ର ବଢ଼ାଇବାକୁ ବିଏମସି ଯୋଜନା କରିଛି । ଟେଷ୍ଟିଂ ପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସେହିଭଳି ଏକାକୀ ରହୁଥିବା ବରିଷ୍ଠ ନାଗରିକ ଟିକାକରଣ ପାଇଁ ୧୯୨୯ରେ କଲ୍ କରିବେ । ଆମେ ତାଙ୍କୁ ଘରୁ ନେଇ ଟିକାକରଣ କେନ୍ଦ୍ରରେ ଟିକା ଦେବା ପରେ ଘରେ ଛାଡ଼ିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ବିଏମସି କମିଶନର ।

ଡ୍ରାଇଭ୍-ଇନ୍ ଭ୍ୟାକ୍ସିନ୍ କାର୍ଯ୍ୟକ୍ରମ ଜାରି ରହିବ । ସେଥିପାଇଁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକିଂ ଆରମ୍ଭ ହେବ । ସଂକ୍ରମଣ ମାମଲାକୁ ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଥିବା କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.