Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ, ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩ କୋଟି ୮୦ ଲକ୍ଷ ଟିକା କିଣିବେ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର୍ କମାଇବା ପାଇଁ ପଦକ୍ଷେପ ନିଆଯାଉଛି । ଟିକା ପାଇଁ ସରକାର ଗ୍ଲୋବାଲ୍ ଇ-ଟେଣ୍ଡର ଆହ୍ୱାନ କରିଛନ୍ତି । ୩ କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଟେଣ୍ଡର ଡକାଯାଇଛି । ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଟିକା ଆସିବ । ୧୯ ତାରିଖରେ ଟେଣ୍ଡର ବିଡିଂ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ । ବିଶ୍ୱର ସମସ୍ତ ଭ୍ୟାକ୍ସିନ୍ ନିର୍ମାତା ଏଥିରେ ଅଂଶଗ୍ରହଣ କରିପାରିବେ । ଏହା ସଫଳ ଟିକା ଖୁବଶୀଘ୍ର ଆମେ ଲୋକଙ୍କୁ ଦେଇ ପାରିବା ।

ଏହାଛଡ଼ା ଏକ ଉଚ୍ଚକ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ ହୋଇଛି । ଏହି କମିଟି ସାର୍ବଜନୀନ ଟିକାକରଣ, କରୋନାର ଆଗାମୀ ପ୍ରହାବ କଣ କରାଯାଇ ପାରିବ ସେ ନେଇ ପରାମର୍ଶ ଦେବ । କରୋନା ନିୟନ୍ତ୍ରଣ, ହସ୍ପିଟାଲରେ ଭିତ୍ତିଭୂମି, ଛୋଟଛୁଆଙ୍କ ଲାଗି ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣ ନେଇ କମିଟି ଉପଦେଶ ଦେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ପ୍ରତି ଜିଲ୍ଲାର କୋଭିଡ୍ ସଂକ୍ରମଣ ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଗତ ୨ ସପ୍ତାହର ପଜିଟିଭ୍ ରେଟ୍ ସମାନ ସ୍ତରରେ ରହିଛି । ପଶ୍ଚିମ ଓଡ଼ିଶାରେ ପଜିଟିଭ୍ ହାର ଧିରେ ଧିରେ କମୁଛି । ଓଡ଼ିଶାର ଅନ୍ୟ ଜିଲ୍ଲା ଭଦ୍ରକ, ବଲାଙ୍ଗିର, ଗଜପତି, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର୍ ଆସ୍ତେ ଆସ୍ତେ ଖସୁଛି । ଆଶା କରୁଛୁ ଲକଡାଉନ୍ ଯୋଗୁଁ ଭଲ ଫଳ ମିଳିବ ।

ସଂକ୍ରମଣ ଖସୁଥିବାରୁ ଆମେ ଏହାକୁ ହାଲୁକା ଭାବେ ନେବା ନାହିଁ । କୋଭିଡ୍ ନିୟମ ମାନି ମାସ୍କ ପିନ୍ଧିବା । ଜରୁରୀ ନଥିଲେ ଘରୁ ବାହାରକୁ ଯିବା ନାହିଁ । ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାନିଲେ ସଂକ୍ରମଣକୁ ରୋକି ପାରିବା । ଗତବର୍ଷ କୋଭିଡ୍ ପିକ୍ ବେଳେ ୮ ହଜାର ରୋଗୀ ଚିକିତ୍ସିତ ହେଉଥିଲେ, ଏବର୍ଷ ୧୫ ହଜାର ଲୋକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାୟ ୩ ହଜାର ଲୋକ ଆଇସିୟୁରେ ଅଛନ୍ତି । ଲୋକ କୋଭିଡର ଭୟାବହତାକୁ ଉପଲବ୍ଧି କରି ବାହାରକୁ ନଯିବା ଲାଗି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଜଣେ ଜଣେ ସଂକ୍ରମିତ ହେବା ପରେ ପୂରା ପରିବାର, ଏପରିକି ଗାଁରେ ଜଣେ ସଂକ୍ରମିତ ହେଲା ଗାଁ ସଂକ୍ରମିତ ହେଉଥିବା ଦେଖାଯାଉଛି । ଆମେ ପରିସ୍ଥିତିକୁ ଦେଖି ଆଉ ୧୫ରୁ ୨୦ ଦିନ କିମ୍ବା ମାସେ ଜଗି ରଖି ଚଳିଲେ ସ୍ଥିତି ନିୟନ୍ତ୍ରଣକୁ ଆସି ପାରିବ । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.