Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗ୍ସକୁ ଶକ୍ତ ଝଟ୍‌କା: ସପ୍ତାହେ ପାଇଁ ଖେଳିବେନି ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଶକ୍ତ ଝଟ୍‌କା। ଗୋଡ଼ ଆଙ୍ଗୁଳିରେ ଆଘାତ ଯୋଗୁ ସପ୍ତାହେ ପାଇଁ ଖେଳିବେନି ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ଏହି ସୂଚନା ଦେଇଛନ୍ତି।

ଷ୍ଟୋକ୍ସ ଦଳ ପାଇଁ ମାତ୍ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିଥିଲେ। ଏହାପରେ ଏପ୍ରିଲ ୮ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କ ଗୋଡ଼ ଆଙ୍ଗୁଳିରେ ଆଘାତ ହେବା କାରଣରୁ ସେ ମ୍ୟାଚରୁ ବାଦ ପଢ଼ିଥିଲେ। ଆହତ ହେବା ପରେ ଷ୍ଟୋକ୍ସ ଦଳ ପାଇଁ ୪ଟି ମ୍ୟାଚ୍‌ରେ ଖେଳିପାରି ନାହାନ୍ତି। ସେ ଆହୁରି ସପ୍ତାହେ ଦଳ ପାଇଁ ଖେଳିପାରିବେ ନାହିଁ ବୋଲି ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି।

ସେ କହିଛନ୍ତି ଯେ ଗତକାଲି ଷ୍ଟୋକ୍ସଙ୍କୁ ଆଉ ଏକ ଆଘାତ ଲାଗିଛି। ତେଣୁ ସେ ସପ୍ତାହେ ଟିମ୍‌ରୁ ଦୂରେଇ ରହିବେ। ତାଙ୍କ ଅନୁପସ୍ଥିତି ଚିନ୍ତାର କାରଣ ହୋଇଥିଲେ ଦଳ ଗତ ମ୍ୟାଚ୍‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିଆସୁଛି ବୋଲି ସେ କହିଛନ୍ତି।

ସେହିପରି ମହେନ୍ଦ୍ର  ସିଂହ ଧୋନୀଙ୍କ ବିଷୟରେ ସୂଚନା ଦେଇ ଫ୍ଲେମିଂ କହିଛନ୍ତି ଯେ ଧୋନୀଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ଭଲ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଚଳିତ ସିଜନର ୨୯ ତମ୍ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଜବାବରେ ଚେନ୍ନାଇ ୧୮.୪ ଓଭରରେ ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।

Comments are closed.