Latest Odisha News

BREAKING NEWS

ଇସ୍ରୋ ଆଜି ଉତକ୍ଷେପଣ କରିବ ପିଏସଏଲଭି-ସି୫୫ ରକେଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO) ଆଜି ଦିନ ୨ଟା ୧୯ରେ ପିଏସଏଲଭି-ସି୫୫ ରକେଟର ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସିଙ୍ଗାପୁରର ୨ଟି ସାଟେଲାଇଟ୍ ସହ ଓ ଇସ୍ରୋର ପିଓଇଏମକୁ ମହାକାଶକୁ ପଠାଯିବ ।

ସିଙ୍ଗାପୁରର ୨ଟି ସାଟେଲାଇଟକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ କରାଯିବ । ସେହିଭଳି ପିଓଇଏମ ମହାକାଶରେ ଆବର୍ଜନାକୁ ନେଇ କିଛି ପରୀକ୍ଷା କରିବ । ୫୭ଥର ପାଇଁ ଆଜି ପିଏସଏଲଭି ରକେଟର ଉତକ୍ଷେପଣ ହେବାକୁ ଯାଉଛି ।

ପିଓଇଏମର ପୂରା ନାଁ ହେଉଛି ପିଏସଏଲଭି ଅରବିଟଲ ଏକ୍ସପେରିମେଣ୍ଟାଲ୍ ମଡ୍ୟୁଲ୍ । ପିଏସଏଲଭି ରକେଟର ୪ଟି ସ୍ତର ରହିଛି । ଉତକ୍ଷେପଣ ପରେ ୩ଟି ସ୍ତର ସମୁଦ୍ରରେ ଖସି ପଡ଼ିଥାଏ । ଚତୁର୍ଥ ସ୍ତର ଯାହାକୁ ପିଏସ୍୪ କୁହାଯାଏ । ତାହା ସାଟେଲାଇଟକୁ ତାର କକ୍ଷରେ ପହଞ୍ଚାଇବା ପରେ ମହାକାଶରେ ଆବର୍ଜନା ଭରିଯାଏ । ଏବେ ଏହା ଉପରେ ପ୍ରୟୋଗ ପାଇଁ ପିଓଇଏମ୍ର ବ୍ୟବହାର ହେବ ।

ସିଙ୍ଗାପୁର ସରକାର ସେଠାକାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସହ ମିଶି ଟେଲିଓଏସ୍-୨ ସାଟେଲାଇଟର ନିର୍ମାଣ କରିଛନ୍ତି । ଏହା ଦିନରାତି ଓ ସବୁ ପ୍ରକାର ପାଣିପାଗରେ କାମ କରିବ । ସେହିଭଳି ସିଙ୍ଗାପୁରର ଲୁମେଲାଇଟ୍-୪ ସାଟେଲାଇଟକୁ ଆଇଟୁଆର୍ ଏବଂ ନ୍ୟାସନାଲ୍ ୟୁନିଭରସିଟି ଅଫ୍ ସିଙ୍ଗାପୁରର ଏସଟିଆର୍ ପ୍ରସ୍ତୁତ କରିଛନ୍ତି । ଯାହାର ଉଦ୍ଦେଶ୍ୟ ସିଙ୍ଗାପୁରରେ ଇ-ନାଭିଗେସନ୍ ମାଧ୍ୟମରେ ସମୁଦ୍ର ସୁରକ୍ଷା ବୃଦ୍ଧି କରିବା ।

Leave A Reply

Your email address will not be published.